ସର୍ଜିକାଲ ଷ୍ଟ୍ରାଇକର ନୂଅା ଭିଡିଓ ଜାରି

ଦୁଇବର୍ଷ ତଳେ ସେନା ପକ୍ଷରୁ ହୋଇଥିଲା ସର୍ଜିକାଲ ଷ୍ଟ୍ରାଇକ୍

ନୂଆଦିଲ୍ଲୀ : ଦୁଇ ବର୍ଷ ତଳେ ଭାରତୀୟ ସେନା ପକ୍ଷରୁ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକର ନୂଅା ଭିଡିଓ ଜାରି ହୋଇଛି । ଏଥିରେ ପାକ୍ ଅଧିକୃତ କାଶ୍ମୀରରେ କିପରି ସେନା ପକ୍ଷରୁ ଅାକ୍ରମଣ କରାଯାଉଛି ତାହା ସ୍ପଷ୍ଟ ଭାବେ ଦର୍ଶାଯାଇଛି।

୨୦୧୬ ସେପ୍ଟେମ୍ବର ୨୯ରେ  ଭାରତୀୟ ସେନା ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଥିଲା। ଏଥିରେ ୧୫୦ଜଣ ସ୍ୱତନ୍ତ୍ର ପାରା କମାଣ୍ଡୋ ସାମିଲ ହୋଇଥିଲେ। ପାକିସ୍ତାନ ସୀମାର ପ୍ରାୟ ୩ କିଲୋମିଟର ଭିତରକୁ ଯାଇ ଅାକ୍ରମଣ କରିଥିଲା ଭାରତୀୟ ସେନା।

ଏଥିରେ ୭ଟି ଅାତଙ୍କବାଦୀ ଲଂଚପ୍ୟାଡ ଧ୍ୱଂସ ହୋଇଯାଇଥିଲା।  ୩୮ଜଣ ଅାତଙ୍କବାଦୀ ଓ ପାକିସ୍ତାନ ସେନାର ଦୁଇଜଣ ସୈନିକ ମଧ୍ୟ ନିହତ ହୋଇଥିଲେ ।

 

You might also like