ନିର୍ଭୟା ଦୋଷୀ ମୁକେଶର ଚାଲ: କହିଲା, ଘଟଣା ଦିନ…

ନୂଆଦିଲ୍ଲୀ: ଆସନ୍ତା ୨୦ ତାରିଖରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଦିଆଯିବା। ୪ର୍ଥ ଥର ପାଇଁ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ। କିନ୍ତୁ ଫାଶୀ ପୂର୍ବରୁ ଦୋଷୀମାନେ ଗୋଟିଏ ପରେ ଗୋଟିଏ ଚାଲ ଖେଳାଇ ଚାଲିଛନ୍ତି।

ତେବେ ଏହି ମାମଲାର ଅନ୍ୟତମ ଦୋଷୀ ମୁକେଶ ଦିଲ୍ଲୀ ହାଇକୋର୍ଟରେ କରିଥିବା ଆଉ ଏକ ଆବେଦନ କରିଛି। ଦିଲ୍ଲୀ ହାଇକୋର୍ଟରେ ମୁକେଶ କରିଥିବା ଆଉ ଏକ ଆବେଦନକୁ କୋର୍ଟ ସଂରକ୍ଷିତ ରଖିଛନ୍ତି।

ମୁକେଶ ତାର ଆବେଦନରେ କହିଛି ଯେ, ଘଟଣା ଦିନ ଅର୍ଥାତ ଡିସେମ୍ବର ୧୬ରେ ସେ ଦିଲ୍ଲୀରେ ନ ଥିଲା ଓ ରାଜସ୍ଥାନରୁ ଗିରଫ କରାଯାଇ ୨୦୧୨ ଡିସେମ୍ୱର ୧୭ରେ ଦିଲ୍ଲୀକୁ ଅଣାଯାଇଥିଲା। ଏହାସହ ତିହାର ଜେଲରେ ନିର୍ଯାତନା ଦିଆଯାଉଥିବା ନେଇ ମୁକେଶ ଉକ୍ତ ଆବେଦନରେ କହିଛି।

ଅପରପଟେ ଦୋଷୀ ମୁକେଶ ଆବେଦନ କରି ଫାଶୀକୁ ବିଳମ୍ବ କରିବା ପାଇଁ ଚାହୁଁଛି ବୋଲି ସରକାରୀ ଓକିଲ କୋର୍ଟଙ୍କୁ କହିଥିଲେ।  ତେବେ ଅତିରିକ୍ତ ସେସନ ଜଜ୍ ଧମେନ୍ଦ୍ର ରାଣା ଏହାକୁ ବିଚାର କରି ରାୟ ସଂରକ୍ଷିତ ରଖିଛନ୍ତି। ବୁଧବାର ଏହି ରାୟର ଶୁଣାଣି କରାଯିବ।

ସୋମବାର ମୁକେଶର କ୍ୟୁରେଟିଭ ପିଟିସନ ସୁପ୍ରିମକୋର୍ଟରେ ଖାରଜ ହେବା ପରେ ଅନ୍ୟ ୩ ଦୋଷୀ ଅନ୍ତର୍ଜାତୀୟ କୋର୍ଟ(ICJ)ଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ପ୍ରକାଶଥାଉକି ମାର୍ଚ୍ଚ ୫ ତାରିଖରେ ଟ୍ରାଏଲ କୋର୍ଟ ୪ର୍ଥ ଥର ପାଇଁ ଡେଥ୍ ୱାରେଣ୍ଟ ଜାରି କରିଥିଲେ। ଆସନ୍ତା ୨୦ ତାରିଖ ସକାଳ ୫.୩୦ରେ ମୁକେଶ, ପବନ, ବିନୟ ଓ ଅକ୍ଷ‍ୟଙ୍କୁ ଫାଶୀ ଦିଆଯିବ।

You might also like