ପତ୍ନୀଙ୍କ ଉପରେ ଟିପ୍ପଣୀକୁ ସହି ପାରିଲେନି ଫ୍ରାନ୍ସ ରାଷ୍ଟ୍ରପତି, ଏମିତି ଦେଲେ ଉତ୍ତର

ପ୍ୟାରିସ୍‌: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋଂ (Emmanuel Macron)  ତାଙ୍କର ଅସାଧାରଣ ପ୍ରେମ କାହାଣୀକୁ ନେଇ ବେଶ୍‌ ଚର୍ଚ୍ଚିତ। ସୋମବାର ବ୍ରାଜିଲ୍‌ ରାଷ୍ଟ୍ରପତି ତାଙ୍କ ପତ୍ନୀଙ୍କ ପ୍ରତି କିଛି ଅଶାଳୀନ ଟିପ୍ପଣୀ ଦେଇଥିଲେ, ଯାହାକୁ ମାକ୍ରୋଂ ଖୁବ୍‌ ସମାଲୋଚନା କରିଥିଲେ। ସେ ବ୍ରାଜିଲ ରାଷ୍ଟ୍ରପତିଙ୍କ ଅତିରିକ୍ତ ବୟାନଙ୍କୁ ନିନ୍ଦା କରିବା ସହ କହିଥିଲେ ଏହା ମହିଳାଙ୍କ ସମ୍ମାନବିରୁଦ୍ଧ ଅଟେ।

ବ୍ରାଜିଲର ରାଷ୍ଟ୍ରପତି ବୋଲ୍ସନାରୋ ଏକ ସୋଶାଲ ମିଡିଆରେ ମାକ୍ରୋଂ ଏବଂ ତାଙ୍କ ପତ୍ନୀ ବ୍ରିଗିଟେ ମାକ୍ରୋଂଙ୍କ ମଧ୍ୟରେ ଥିବା ବୟସର ତାରତମ୍ୟକୁ ନେଇ ମଜାକ ଉଡ଼ାଇଥିଲେ। ମାକ୍ରୋଂ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ବୟସ ତାରତମ୍ୟ ପ୍ରାୟ ୨୪ ବର୍ଷ।

ଉଭୟ ନେତାଙ୍କ ମଧ୍ୟରେ ଚାଲିଥିବା ଏହି ଶବ୍ଦ ଯୁଦ୍ଧକୁ ନେଇ ଏବେ ସୋଶାଲ ମିଡିଆରେ ବେଶ ଚର୍ଚ୍ଚା। କୁହାଯାଉଛି, ପୁରୁଣା ରାଗକୁ ନେଇ ଚାଲିଛି ଏହି ଯୁଦ୍ଧ। ଗତ ସପ୍ତାହରେ ଅମାଜନ ଜଙ୍ଗଲରେ ନିଆଁ ଲାଗିବା ଘଟଣାକୁ ନେଇ ଦୁଇ ନେତୃବୃନ୍ଦଙ୍କ ମଧ୍ୟରେ ମତାନ୍ତର ଦେଖା ଦେଇଥିଲା।

ମେଲାନିଆ ଟ୍ରମ୍ପଙ୍କ ସହ ଫ୍ରାନ୍ସର ପ୍ରଥମ ମହିଳା ବ୍ରିଗିଟେ ମାକ୍ରୋଂ

ଜି-୭ ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନକୁ ମାକ୍ରୋଂ ବେଶି ଗୁରୁତ୍ୱ ଦେଇଥିଲେ। ଅମାଜନ ଜଙ୍ଗଲ ଜଳୁଥିବା ଘଟଣାକୁ ଉପସ୍ଥାପନ କରି ଏହା ଉପରେ ଚିନ୍ତା ପ୍ରକଟ କରିଥିଲେ। ଏପରିକି ଏହି ନିଆଁକୁ ପ୍ରଶମିତ କରିବା ପାଇଁ ଜରୁରୀ ସାହାଯ୍ୟ ଘୋଷଣା କରିଥିଲେ। ତେବେ ମାକ୍ରୋଂଙ୍କ ଏପରି  ଭୂମିକାକୁ ବ୍ରାଜିଲ ରାଷ୍ଟ୍ରପତି ବୋଲ୍ସନାରୋ ପସନ୍ଦ କରି ନ ଥିଲେ। କୁହାଯାଉଛି, ସେହି କାରଣରୁ ବୋଲ୍ସନାରୋ ଫେସ୍‌ବୁକରେ ମାକ୍ରୋଂ ଏବଂ ତାଙ୍କ ପତ୍ନୀଙ୍କ ବୟସକୁ ନେଇ ଏପରି ମଜାକ୍‌ ଉଡାଇଛନ୍ତି।

ଅନ୍ୟପକ୍ଷେ ମ୍ୟାକ୍ରୋଂ କହିଛନ୍ତି ବ୍ରାଜିଲ୍‌ ରାଷ୍ଟ୍ରପତିଙ୍କର ଏପରି ଟିପ୍ପଣୀ ପଢି ଦେଶବାସୀ ଲଜ୍ଜିତ। ସେ ମିଡିଆକୁ କହିଛନ୍ତି ଯେ, ସେ (ବ୍ରାଜିଲ ରାଷ୍ଟ୍ରପତି ବୋଲ୍ସନାରୋ) ମୋ ପତ୍ନୀଙ୍କ ବିଷୟରେ ବହୁତ କଠୋର ଟିପ୍ପଣୀ ଦେଲେ। ଏହା ଉପରେ ମୁଁ କ’ଣ ଆଉ କହି ପାରିବି ? ସେ ଅନ୍ୟକୁ ଦୁଃଖ ଦେଉଥିବା ଜଣେ ବ୍ୟକ୍ତିତ୍ୱ। ସବୁଠାରୁ ବେଶି ଦୁଃଖ ସେ ନିଜ ପାଇଁ ଅଟନ୍ତି ଏବଂ ବ୍ରାଜିଲ ଲୋକଙ୍କ ପାଇଁ। ’

ମାକ୍ରୋଂ ବ୍ରାଜିଲ୍‌ବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ମୁଁ ବୁଝିପାରୁଛି, ବ୍ରାଜିଲ୍‌ ମହିଳା ଏହି ଟିପ୍ପଣୀ ପଢି ଖୁବ୍‌ ଲଜ୍ଜା ଅନୁଭବ କରୁଥିବେ। ମୁଁ ଜାଣେ, ବ୍ରାଜିଲ୍‌ ଲୋକ ବହୁତ ମହାନ୍‌। ଏପରି ଟିପ୍ପଣୀ ତାଙ୍କୁ ମଧ୍ୟ କଷ୍ଟ ଦେଇଥିବ। ବ୍ରାଜିଲ୍‌ ସହ ଆମର ଯେତିକି ବନ୍ଧୁତା ରହିଛି, ତାକୁ ଦେଖିବା ପରେ ମୋତେ ଲାଗୁଛି ଖୁବ୍‌ ଶୀଘ୍ର ବ୍ରାଜିଲ୍‌କୁ ଏପରି ଏକ ରାଷ୍ଟ୍ରପତି ମିଳିବେ ଯିଏ ସଭ୍ୟ ବ୍ୟବହାର ଜାଣିଥିବେ।’

କ’ଣ ଥିଲା ସେହି ଟିପ୍ପଣୀ

ବୋଲ୍ସନାରୋଙ୍କ ଜଣେ ସମର୍ଥକ ଫେସ୍‌ବୁକ୍‌ରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋଂଙ୍କ ପତ୍ନୀ ବ୍ରିଗିଟେ ମାକ୍ରୋଂଙ୍କ ଉଦ୍ଦେଶ୍ୟରେ ଥଟ୍ଟା କରି ଏପରି ଲେଖିଥିଲେ ଯାହା ଖୁବ୍‌ ଅପମାନଜନକ ଥିଲା। ସମର୍ଥକ ଜଣକ ଲେଖିଥିଲେ ଯେ, ଫ୍ରାନ୍ସର ପ୍ରଥମ ମହିଳା ବ୍ରାଜିଲ୍‌ର ପ୍ରଥମ ମହିଳାଙ୍କଠାରୁ ସବୁ କ୍ଷେତ୍ରରେ ପଛରେ । ବ୍ରାଜିଲ୍‌ ରାଷ୍ଟ୍ରପତିଙ୍କ  ୬୫ ବର୍ଷୀୟ ପତ୍ନୀ ବ୍ରିଗିଟେ ବ୍ରାଜିଲ୍‌ ରାଷ୍ଟ୍ରପତିଙ୍କ ପତ୍ନୀ ମିଶଲ ବୋଲ୍ସୋନାରୋଙ୍କଠାରୁ ୨୮ ବର୍ଷ ବଡ଼। ସମର୍ଥକ ଜଣକ ଆହୁରି ଲେଖିଛନ୍ତି, ‘ଏବେ ବୁଝାପଡ଼ିଲା, ବୋଲ୍ସନାରୋଙ୍କୁ ମାକ୍ରୋଂ ଏତେ ହଇରାଣ କାହିଁକି କରନ୍ତି ! ଏହି ଟିପ୍ପଣୀ ତଳେ ବହୁତ୍‌ ଖରାପ ଫଟୋ ମଧ୍ୟ ଏହି ସମର୍ଥକଜଣକ ପୋଷ୍ଟ କରିଥିଲେ।

ଏପରି ପୋଷ୍ଟକୁ ବିରୋଧ କରିବା ପରିବର୍ତ୍ତେ  ବ୍ରାଜିଲ୍‌ ରାଷ୍ଟ୍ରପତି ବୋଲ୍ସନାରୋ ଏହା ଉପରେ ନିଜ ପ୍ରତିକ୍ରିୟା ରଖିଥିଲେ। ସେ ଲେଖିଥିଲେ‘ ଏହି ବ୍ୟକ୍ତିଙ୍କର ଏମିତି ମଜାକ୍‌ ଉଡ଼ାଅ ନାହିଁ ..ହା…ହା…ହା…’

 

ଆହୁରି ପଢ଼ନ୍ତୁ

ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୪୮୫ କୋଟି, ଏବେ ଦେବାଳିଆ

ଖଣ୍ଡାରେ କାଟିଲେ ବର୍ଥ ଡେ’ କେକ୍‌, ଘରୁ ଉଠାଇ ନେଲା ପୋଲିସ୍‌

ବାପାଙ୍କୁ ପିଟିପିଟି ମାରିଦେଲା ୧୬ ବର୍ଷର ଝିଅ

ବୟସ ୧୪, ଉଚ୍ଚତା ୭ ଫୁଟରୁ ଅଧିକ

ନା ଅଛି ମୋବାଇଲ୍‌ ନା ଚପଲ, ତଥାପି ନିର୍ବାଚନ ଲଢ଼ୁଛନ୍ତି ୭୨ ବର୍ଷୀୟ ବୃଦ୍ଧ

ସପିଂ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମେଡସିଭିର୍

୧୦ ଟଙ୍କାରେ ବିରିୟାନୀ ବିକୁଥିଲେ, ଉଠାଇ ନେଲା ପୋଲିସ୍‌

ଆଶ୍ୱସ୍ତିର ଖବର; କୋଭାକ୍ସିନକୁ ମିଳିଲା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଅନୁମତି

ପିଆଜ ଚୋରି କରି ବନ୍ଧା ହେଲେ

ମାଗଣାରେ ଦେଶବାସୀଙ୍କୁ ମିଳିବ କରୋନା ଭ୍ୟାକ୍‌ସିନ !

ଯାତ୍ରୀମାନଙ୍କ ପାଇଁ ଖୁସି ଖବର; ଭିସା ନିୟମରେ କୋହଳ କଲେ କେନ୍ଦ୍ର ସରକାର

You might also like