ରାଫେଲ କମ୍ପାନୀ ମାଲିକ ଅଲିଭର ଦସାଁଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ

ପ୍ୟାରିସ୍‌: ଫ୍ରାନ୍ସର କୋଟିପତିମାନଙ୍କ ମଧ୍ୟରୁ ଅନ୍ୟତମ ଅଲିଭର ଦସାଁ (Olivier Dassault)ଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ଖାଲି କୋଟିପତି ଭାବେ ପରିଚିତ ନୁହେଁ, ଚର୍ଚ୍ଚାରେ ଥିବା ରାଫେଲ ‍‍ଫାଇଟର ଜେଟ ତିଆରି କରୁଥିବା କମ୍ପାନୀର ମାଲିକ ହେଉଛନ୍ତି ଅଲିଭର ଦସାଁ। ଦସାଁ ଫ୍ରାନ୍ସ ସଂସଦର ସଦସ୍ୟ ମଧ୍ୟ ଅଛନ୍ତି।

ଅଲିଭର ଦସାଁ ଛୁଟି କଟାଇବାକୁ ବାହାରକୁ ଯାଇଥିଲେ। ଏହି ସମୟରେ ତାଙ୍କର ନିଜ ହେଲିକପ୍ଟର ନାର୍ମଡି ଦୁର୍ଘଟଣାଗ୍ରସ୍ତ ହୋଇ ଯାଇଥିଲା। ଦସାଁଙ୍କ ମୃତ୍ୟୁରେ ଫ୍ରାନ୍ସର ରାଷ୍ଟ୍ରପତି ଇମେନୁଏଲ ମେକ୍ରୋ ଶୋକ ପ୍ରକାଶ କରିଛନ୍ତି।

ଫ୍ରାନ୍ସର ରାଷ୍ଟ୍ରପତି ଇମେନୁଏଲ ମେକ୍ରୋ ତାଙ୍କ ଟ୍ୱିଟର ହାଣ୍ଡେଲ୍‌ରେ ଲେଖିଛନ୍ତି, ‘ ଅଲିଭର ଦସାଁ  ଫ୍ରାନ୍ସକୁ ଭଲ ପାଉଥିଲେ। ସେ ଜଣେ ଉଦ୍ୟୋଗପତି, ସ୍ଥାନୀୟ ନିର୍ବାଚିତ ଅଧିକାରୀ, ଆଇନ ନିର୍ମାତା, ବାୟୁ ସେନା କମାଣ୍ଡର ଭାବେ ଦେଶର ସେବା କରୁଥିଲେ। ତାଙ୍କର ଏପରି ଅକସ୍ମାତ ମୃତ୍ୟୁ ଦେଶ ପାଇଁ ବହୁତ ବଡ କ୍ଷତି। ତାଙ୍କ ପରିବାର ଏବଂ ପ୍ରିୟଜନଙ୍କ ପ୍ରତି ଗଭୀର ସମବେଦନା ।’

୬୯ ବର୍ଷ ବୟସ୍କ ଅଲିଭର ଦସାଁ ଫ୍ରାନ୍ସର ଜଣେ ଶିଳ୍ପପତି ଏବଂ କୋଟିପତି ସର୍ଜ ଦାସାଁଙ୍କ ଜ୍ୟେଷ୍ଠ ପୁତ୍ର ଅଟନ୍ତି। ତାଙ୍କ କମ୍ପାନୀରେ ରାଫେଲ ଫାଇଟର ପ୍ଲେନ ତିଆରି କରାଯାଏ। ଫ୍ରାନ୍ସର ସଂସଦ ହେବା ପରେ ସେ କୌଣସି ରାଜନୈତିକ  ବିବାଦରେ ଫସିବା ପୂର୍ବରୁ କମ୍ପାନୀ ବୋର୍ଡରୁ ଓହରି ଯାଇଥିଲେ। ୨୦୨୦ରେ ଫୋବର୍ସର ବିଶ୍ୱ ଧନୀ ତାଲିକାରେ ଦସାଁ ନିଜର ଦୁଇ ଭାଇ ଏବଂ ଭଉଣୀଙ୍କ ସହ ୩୧ ତମ ସ୍ଥାନରେ ଥିଲେ।

 

You might also like