ସାମ୍ବାଦିକଙ୍କ ସମେତ ଚୀନ ଓ ନେପାଳ ନାଗିରକ ଗିରଫ; ଚୀନ ଗୁଇନ୍ଦା ସଂସ୍ଥାକୁ ଦେଉଥିଲେ ଗୁପ୍ତ ଖବର

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଜଣେ ସାମ୍ବାଦିକଙ୍କ ସହ ଜଣେ ଚୀନ ମହିଳା ଓ ଜଣେ ନେପାଳ ନାଗରିକଙ୍କୁ ଗିରଫ କରିଛି । ଗିରପ ସାମ୍ବାଦିକଙ୍କ ନାମ ରାଜୀବ ଶର୍ମା । ରାଜୀବ ଚୀନ ଇନ୍‌‌ଟେଲିଜେନ୍ସକୁ ଗୁଇନ୍ଦା ତଥ୍ୟ ପ୍ରଦାନ କରୁଥିବା ଅଭିଯୋଗ ହୋଇଛି । ଚୀନ ମହିଳା କିଂଗ ଶୀ ଏବଂ ନେପାଳ ନାଗରିକ ଶେର ସିଂ ଏଥିପାଇଁ କମ୍ପାନୀ ପକ୍ଷରୁ ରାଜୀବଙ୍କୁ ବିପୁଳ ଟଙ୍କା ଦେଉଥିଲେ । ଚୀନ୍ ଗୁଇନ୍ଦା ସଂସ୍ଥା ଟଙ୍କା ଦେଇ ରାଜୀବଙ୍କଠାରୁ ସମ୍ବେଦନଶୀଳ ତଥ୍ୟ ହାସଲ ପ୍ରଦାନ କରିବାର ଦାୟିତ୍‌: ଦେଇଥିଲା।
ମିଳିଥିବା ତଥ୍ୟ ଅନୁସାରେ, ସ୍ପେଶାଲ ସେଲ୍‌ ରାଜୀବ ଶର୍ମାଙ୍କୁ ତାଙ୍କର ପୀତମପୁରାସ୍ଥିତ ଘରୁ ଅଫିସିଆଲ ସିକ୍ରେଟ ଆକ୍ଟ ଅନୁସାରେ ଗିରଫ କରିଛି । ତାଙ୍କ ପାଖରୁ ଡିଫେନ୍ସ ସହ ଜଡିତ ଅନେକ ଗୁପ୍ତ ଅଫିସିଆଲ କାଗଜପତ୍ର ଜବତ ହୋଇଥିବା ପୋଲିସ ଦାବି କରିଛି।
ପୋଲିସର କହିବା ଅନୁଯାୟୀ, ରାଜୀବ ଶର୍ମାଙ୍କୁ ୧୪ ସେପ୍ଟେମ୍ବରରେ ଗିରଫ କରାଯାଇଥିଲା । ପରଦିନ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ତାଙ୍‌କୁ ୬ ଦିନ ପାଇଁ ପୋଲିସ ରିମାଣ୍ଡରେ ନେଇଥିଲା । ସେପ୍ଟେମ୍ବରରେ ପଟିଆଲା କୋର୍ଟରେ ତାଙ୍କର ଜାମିନ ଆବେଦନର ଶୁଣାଣି କରାଯିବ । ଗିରଫ ହୋଇଥିବା ଏହି ବ୍ୟକ୍ତିଙ୍କ ପାଖରୁ ଅନେକ ମୋବାଇଲ, ଲାପଟପ୍‌ ଏବଂ ଆହୁରି ଅନେକ ସାମଗ୍ରୀ ମଧ୍ୟ ଜବତ ହୋଇଥିଲା । ସ୍ପେଶାଲ ସେଲ ଟିମ୍‌ ସେମାନଙ୍କୁ ଜେରା କରୁଛି । ରାଜୀବ ଶର୍ମା ୟୁନାଇଟେଡ୍‌୍ ନ୍ୟୁଜ ଅଫ ଇଣ୍ଡିଆ, ଦ ଟ୍ରିବ୍ୟୁନ୍‌‌, ଫ୍ରି ପ୍ରେସ୍ ଜର୍ଣ୍ଣାଲ, ସକାଳ ପରି ସଙ୍ଗଠନରେ କାମ କରିଛନ୍ତି । ଏହାବ୍ୟତୀତ ତାଙ୍କର ଏକ ୟୁ ଟ୍ୟୁବ ଚାନେଲ ମଧ୍ୟ ଅଛି । ଏହି ଚାନେଲରେ ସେ ପ୍ରତିରକ୍ଷା ସମ୍ପର୍କିତ ଖବର ଉପସ୍ଥାପନା କରୁଥିଲେ ।

ଆହୁରି ପଢ଼ନ୍ତୁ

୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

ଦିୱାଲିରେ ଏହିସବୁ ସ୍ମାର୍ଟଫୋନ୍‌ ଉପରେ ମିଳୁଛି ବମ୍ପର ଅଫର୍‌

କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟକ ହେବ ବିସିଜି ଟିକା

ବିବାହ ଉତ୍ସବରେ ଯୋଗଦେଇ ଫେରୁ ଥିବାବେଳେ ଓଲଟିଲା ଭ୍ୟାନ୍‌; ୬ ମୃତ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

You might also like