କରୋନା ଟିକା ପାଇଁ Co-WIN ଆପ୍
ଭୁବନେଶ୍ୱର: ଟିକା ପାଇଁ ସ୍ୱତନ୍ତ୍ର ଆପ୍ Co-WIN କାର୍ଯ୍ୟକାରୀ ହେବ। ଏନେଇ ପ୍ରେସମିଟରେ ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। ଆପ୍ ଦ୍ୱାରା ଜଣେ ଟିକା ପାଇଁ ନିଜକୁ ରେଜିଷ୍ଟ୍ରେସନ କରିପାରିବେ। ଗୋଷ୍ଠୀଗତ ରେଜିଷ୍ଟ୍ରେସନ ମଧ୍ୟ ଆପ୍ ଦ୍ୱାରା କରାଯାଇପାରିବ। ନିକଟରେ କେଉଁଠି ଟିକାକରଣ କେନ୍ଦ୍ର ରହିଛି, ଏହା ଆପ୍ରୁ ସୂଚନା ମିଳିଯିବ। ଟିକା ସଂରକ୍ଷଣ, ପରିଚାଳନା ଆଦି ମଧ୍ୟ ଆପ୍ ଦ୍ୱାରା ସୂଚନା ମିଳିବ।
ଆଗରୁ କରୋନା ଭାଇରସ ବିରୋଧରେ ମୁକାବିଲା କରିବା ପାଇଁ ଭାରତ ପ୍ରସ୍ତୁତ ଆରୋଗ୍ୟ ସେତୁ ଆପ୍କୁ ପ୍ରଶଂସା କରିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଆରୋଗ୍ୟ ସେତୁ ଆପ୍ ଦେଶର କରୋନା କ୍ଲଷ୍ଟର ଚିହ୍ନଟ କରିବାରେ ସାହାଯ୍ୟ କରୁଛି ବୋଲି ‘ହୁ’ର ନିର୍ଦ୍ଦେଶକ ଟେଡ୍ରୋସ ଆଧନୋମ ଗେବ୍ରିୟେସୁସ୍ କହିଥିଲେ।
ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଆପ୍କୁ ଲଞ୍ଚ କରିଥିଲେ। ପ୍ରଥମ ପର୍ଯ୍ୟାୟ ଲକ୍ଡାଉନ୍ରେ ଆରୋଗ୍ୟ ସେତୁ ଆପ୍କୁ ଡାଟା ସିକ୍ୟୁରିଟିକୁ ନେଇ ମିଶ୍ରିତ ଫଳ ମିଳିଥିଲା। ଭାରତରେ ଆରୋଗ୍ୟ ସେତୁ ଆପ୍ ଲଞ୍ଚ ହେବା ପରେ ବିଶ୍ୱର ଅଧିକ ଡାଉନ୍ଲୋଡ ହୋଇଥିବା କୋଭିଡ୍-୧୯ଟ୍ରାକିଂ ଆପ୍ଗୁଡ଼ିକ ମଧ୍ୟରେ ଏହା ନମ୍ବରୱାନ ହୋଇପାରିଥିଲା।