ମୁଠାଏ ଖାଦ୍ୟ ପାଇଁ ଭିକ୍ଷା ମାଗୁଥିଲେ, ଏହି ଭିକ୍ଷା କରିଦେଲା ମାଲାମାଲ୍‌

ନୂଆଦିଲ୍ଲୀ: ସେମାନେ ଥିଲେ ଗରିବ, ଦୁଃଖୀ। ଆଖିରେ ଥିଲା ଆଖିରେ ଥିଲା ଗୋଟିଏ ସ୍ୱପ୍ନ- ପେଟକୁ କେମିତି ଦୁଇମୁଠା ଖାଦ୍ୟ ମିଳିବ। ମୁଠାଏ ଖାଦ୍ୟ ପାଇଁ ହାତ ପତେଇଥିଲେ ଜଣେ ଲଟେରୀ ସଞ୍ଚାଳକଙ୍କ ପାଖରେ। ଲଟେରୀ ସଞ୍ଚାଳକ ତାଙ୍କୁ ଖାଦ୍ୟ ତ ଦେଲେନି। ଖାଦ୍ୟ ବଦଳରେ ତାଙ୍କୁ ଯାହା ଦେଲେ, ସେଥିରେ ସେମାନଙ୍କର ଭାଗ୍ୟ ବଦଳିଗଲା। ଏକଦମ ମାଲାମାଲ। ଘଟଣା ଘଟିଛି ଫ୍ରାନ୍ସରେ।

ଫ୍ରେଞ୍ଚ ଲଟେରୀ ସଞ୍ଚାଳକ ଏଫଡିଜେ (French lottery operator FDJ) ମଙ୍ଗଳବାର ସୂଚନା ଦେଇ କହିଛନ୍ତି, ୪ ଜଣ ବାସହୀନ ଗରିବ ଲୋକ ଭିକ ମାଗିବାକୁ ଆସିଥିଲେ। ଏମାନଙ୍କୁ ଭିକ ବାବଦରେ ଲଟେରୀ ଟିକେଟ ଦିଆଯାଇଥିଲା। ଏହି ଲଟେରୀ ଟିକେଟରେ ଏମାନେ ମାଲାମାଲ ହୋଇ ଯାଇଛନ୍ତି। ଏମାନେ ୫୦ ହଜାର ୟୁରୋ  ଅର୍ଥାତ୍‌  ୪୩ ଲକ୍ଷରୁ ଅଧିକ ଟଙ୍କାର ଲଟେରୀ ଜିତିଛନ୍ତି।

ପାଖାପାଖି ୩୦ ବର୍ଷ ବୟସର ଏହି ୪ ଜଣ ଲୋକଙ୍କର ୱେଷ୍ଟର୍ଣ୍ଣ ପୋଷ୍ଟ ସିଟିର ଲଟେରୀ ସପ୍ ବାହାରେ ଭିକ ମାଗୁଥିଲେ। ଜଣେ ବ୍ୟକ୍ତି ୟୁରୋ ଟିକେଟ ଆଣିଥିଲେ ଏବଂ ଭିକ ଆକାରରେ ଏହି ଟିକେଟସବୁ ଉକ୍ତ ବ୍ୟକ୍ତିଙ୍କୁ ଦେଇଥିଲେ।

ଅପରେଟର କହିଥିଲେ, ଏହି ୪ ଜଣ ବ୍ୟକ୍ତି ଜାଣିଲେ ଯେ ସେମାନେ ୫୦ ହଜାର ୟୁରୋ ଜିତିଛନ୍ତି ସେମାନେ ଖୁସିରେ ପାଗଳ ହୋଇ ଯାଇଥିଲେ। ତେବେ ଏହି ଟଙ୍କାକୁ ୪ ଜଣ ଭାଗ ବାଣ୍ଟି ନେବେ ବୋଲି କହିଛନ୍ତି।
ପ୍ରବକ୍ତା ଜଣକ କହିଛନ୍ତି, ସେମାନେ ଶାରୀରିକ ଭିନ୍ନକ୍ଷମ ଥିଲେ।  ୪ ଜଣ ଯାକ କଥା କହି ପାରୁ ନ ଥିଲେ।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like