ମୁମ୍ବାଇରେ ଭୁଶୁଡ଼ିଲା ୪ ମହଲା କୋଠା, ଭଗ୍ନାବଶେଷ ତଳେ ୪୦ରୁ ୫୦ ଜଣ ଫସିଥିବା ଆଶଙ୍କା

ମୁମ୍ବାଇ: ମୁମ୍ବାଇର ଜନଗହଳିପୂର୍ଣ୍ଣ ଡୋଙ୍ଗ୍ରୀ ଅଞ୍ଚଳରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଆଜି ସକାଳ ୧୧ଟା ୪୦ ମିନିଟ୍‌ରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ଏହି ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜୋରଦାର ଆରମ୍ଭ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଭଗ୍ନାବଶେଷ ତଳେ ୪୦ରୁ ୫୦ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଏନ୍‌ଡିଆରଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

କୋଠା ଭୁଶିଡ଼ା ସ୍ଥାନଟି ଏକ ଛୋଟିଆ ଗଳି ମଧ୍ୟରେ ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହିଛନ୍ତି।

You might also like