ଆଖି ସାମ୍ନାରେ ଭୁଶୁଡ଼ି ପଡ଼ିଲା ଚାରି ମହଲା କୋଠା

ବେଙ୍ଗାଲୁରୁ: ଚାହୁଁ ଚାହୁଁ ଭୁଶୁଡ଼ି ପଡ଼ିଲା ଚାରି ମହଲା କୋଠା। ବେଙ୍ଗାଲୁରୁର ମାଜେଷ୍ଟିକ୍‌ ଅଞ୍ଚଳରେ ମଙ୍ଗଳବାର ରାତି ପ୍ରାୟ ୧୦ଟା ସମୟରେ ଚାରି ମହଲା କୋଠାଟି ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ଏକ ମଲଟିପ୍ଲେକ୍ସ ନିର୍ମାଣ ବେଳେ ଏହି ଅଘଟଣ ଘଟିଛି।

ଏହି ଚାରି ମହଲା କୋଠାକୁ ହୋଟେଲ ଓ ଲଜ୍ ଭାବେ ବ୍ୟବହାର କରାଯାଉଥିଲା। କିନ୍ତୁ ନିର୍ମାଣ କାମ ଚାଲୁ ରହିଥିବାରୁ ସେହି କୋଠାରେ କେହି ରହୁ ନ ଥିଲେ।

ଚାରି ମହଲା କୋଠାର ନିକଟରେ ୮୦ଫୁଟ ଗଭୀରର ଏକ ଗାତ କରାଯାଇଥିଲା। ଏଥିଯୋଗୁ କୋଠାରେ ଫାଟ ସୃଷ୍ଟି ହେବା ସହ ଗତକାଲି ରାତିରେ ହଠାତ୍‌ ଭୁଶୁଡ଼ି ପଡ଼ିଥିଲା।

ସୂଚନାଥାଉ କି, କୋଠାଟିକୁ ଭାଙ୍ଗିବା ପାଇଁ ଯୋଜନା ଚାଲିଥିଲା। ଏଥିପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ମଧ୍ୟ ଲୋଡ଼ାଯାଇଥିଲା। ହେଲେ ଏହା ପୂର୍ବରୁ କୋଠାଟି ଭୁଶୁଡ଼ି ପଡ଼ିଥିଲା।

You might also like