ରାତି ଅଧରେ ଜଳିଗଲା ଘର, ବାପା-ମା’ ଓ ୨ ଶିଶୁ ଜୀବନ୍ତ ଦଗ୍ଧ

ଚମ୍ବା: ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ଏକ ଘରେ ନିଆଁ ଲାଗି ଗୋଟିଏ ପରିବାରର ୪ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଏହା ବ୍ୟତୀତ ୧୦ ଗାଈ ମଧ୍ୟ ଜଳି ଯାଇଛନ୍ତି। ଏହି ଘଟଣା ଚମ୍ବା ଜିଲ୍ଲାର ସୁଇଲା ଗ୍ରାମରେ ଘଟିଛି। ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଟ୍ୱିଟ କରି ମୃତ ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ସୁଇଲା ଗାଁରେ ନିଆଁ ଲାଗି ଗୋଟିଏ ପରିବାରର ୪ ଜଣ ଜଳି ଯାଇଛନ୍ତି। ଗୃହପାଳିତ ପଶୁ ମଧ୍ୟ ଜଳି ଯାଇଛନ୍ତି। ଭଗବାନ ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ । ଏପରି ଏକ ଦୁଃଖ ସହିବାକୁ ପରିବାର ଲୋକଙ୍କୁ ଶକ୍ତି ଦିଅନ୍ତୁ।

ସୂଚନାଥାଉ କି, ଏହି ଦୁର୍ଘଟଣା ରବିବାର ବିଳମ୍ବିତ ରାତିରେ ଘଟିଥିଲା। ଯେଉଁ ସମୟରେ ନିଆଁ ଲାଗି ଥିଲା ସେତେବେଳେ ଖୁବ୍‌ ଜୋରରେ ବର୍ଷା ହୋଇଥିଲା ହେଲେ ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ବର୍ଷା ସତ୍ତ୍ୱେ ନିଆଁ ଲିଭି ନ ଥିଲା। ରାତିରେ ଗାଁ ଲୋକ ଶୋଇଥିବାରୁ ଅଗ୍ନିକାଣ୍ଡ ବିଷୟରେ ଜାଣି ପାରି ନ ଥିଲେ। ଗାଁ ଲୋକେ ଜାଣିବା ବେଳକୁ ପରିବାରର ୪ ଜଣ ସଦସ୍ୟ ଏବଂ ଗୃହପାଳିତ ପଶୁ ଜଳି ସାରିଥିଲେ।

ଦୁର୍ଘଟଣାରେ ଜଳି ଯାଇଥିବା ୪ ଜଣ ହେଲେ ୩୦ ବର୍ଷର ଦେଶରାଜ, ପତ୍ନୀ ଡୋଲମା (୨୫ବର୍ଷ) ଏବଂ ତାଙ୍କର ୨ ଛୋଟ ଛୋଟ ଶିଶୁ। ଏଠି କହିରଖିବୁ, ବିଧାନସଭା ଉପାଧ୍ୟକ୍ଷା ହଂସରାଜଙ୍କ ଘରର ସମ୍ମୁଖରେ ଉକ୍ତ ଗ୍ରାମ। ହଂସରାଜ ଏହି ଘଟଣାରେ ଗଭୀର ସମବେଦନା ଜଣାଇଛନ୍ତି।

 

 

You might also like