ବିଜେପି-ଶିବସେନା ଜିଦ୍‌ରେ ଅଟଳ, ରାଜ୍ୟପାଳଙ୍କ ପାଖରେ ରହିଛି ୪ ବିକଳ୍ପ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବିଜେପି-ଶିବେସନା ଯେପରି ମୁହାଁମୁହିଁ ସ୍ଥିତିରେ ଅଛନ୍ତି,  ସରକାର ଗଢ଼ିବା ନେଇ ଅନିଶ୍ଚିତତା ଦେଖା ଦେଇଛି। ଆସନ୍ତାକାଲି ଶେଷ ହେଉଛି ଚଳିତ ବିଧାନସଭାର କାର୍ଯ୍ୟକାଳ। ଏଭଳି ସ୍ଥିତିରେ ରାଜ୍ୟପାଳ ଭଗତ ସିଂହ କୋଶିୟାରିଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର । ସମ୍ବିଧାନ ବିଶେଷଜ୍ଞ ସୁବାସ କଶ୍ୟପ କହିଛନ୍ତି ବର୍ତ୍ତମାନ ସ୍ଥିତିରେ ରାଜ୍ୟପାଳଙ୍କ ପାଖରେ ୪ଟି ବିକଳ୍ପ ରହିଛି।

୧. ରାଜ୍ୟପାଳ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇବା ପାଇଁ କହିପାରିବେ। ଯେତେ ପର୍ଯ୍ୟନ୍ତ ନୂଆ ସରକାର ନେଇ ସ୍ଥିତି ସ୍ପଷ୍ଟ ହୋଇନି ସେଯାଏ ବିଧାନସଭା କାର୍ଯ୍ୟକାଳ ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ କରିବାର ଆବଶ୍ୟକ ନାହିଁ।

୨. ରାଜ୍ୟପାଳ ଭଗତ ସିଂହ କୋଶିୟାରି ରାଜ୍ୟରେ ସର୍ବାଧିକ ଆସନ ପାଇଥିବା ବିଜେପିକୁ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କରିପାରିବେ ଓ ପରେ ଗୃହରେ ବହୁମତ ସାବ୍ୟସ୍ତ କରିବାକୁ ନିର୍ଦ୍ଦେଶ ଦେଇପାରନ୍ତି।

୩. ରାଜ୍ୟପାଳ ବିଧାନସଭାରେ ଆସ୍ଥା ଭୋଟ ପାଇଁ ନିର୍ବାଚନ କରିବାକୁ କହିପାରିବେ। ଯଦି ସେମିତି କିଛି ବିବାଦ ଉପୁଜେ ତାହେଲେ ବାଲାଟ ପେପରରେ ମଧ୍ୟ ନିର୍ବାଚନ କରିବା ପାଇଁ ପରାମର୍ଶ ଦେଇପାରିବେ। (୧୯୯୮ରେ ୟୁପି ବିଧାନସଭାରେ ନୂଆ ମୁଖ୍ୟମନ୍ତ୍ରୀ ଜଗଦମ୍ବିକା ପାଲ ଏବଂ ବିଦା ହୋଇଥିବା ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଫଳରେ ସୁପ୍ରିମକୋର୍ଟ ବାଲଟ ପେପରରେ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଥିଲେ)।

୪. ଯଦି ଉପର ତିନୋଟି ବିକଳ୍ପ ଫେଲ୍ ହେବ ତାହାଲେ ରାଜ୍ୟପାଳ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ସୁପାରିଶ କରିପାରିବେ।

ଆହୁରି ପଢ଼ନ୍ତୁ

‘ବିଶ୍ୱରେ ଭାକସିନ୍ ଚାହିଦା ପୂରଣ କରିବାରେ ଭାରତ ସଫଳ ହେବ’

ନେପାଳରେ ବ୍ୟାନ୍ ହେଲା ଭାରତୀୟ ଘରୋଇ ନ୍ୟୁଜ୍ ଚ୍ୟାନେଲ୍!

ଗ୍ୟାଙ୍ଗଷ୍ଟାର୍ ବିକାଶର ପତ୍ନୀ ଓ ପୁଅ ଗିରଫ

ଲକଡାଉନରେ ବଢ଼ିଛନ୍ତି ଶିଶୁ ଶ୍ରମିକ

ଆସୁଛି ଏହିସବୁ ଦମ୍‌ଦାର ସ୍ମାର୍ଟଫୋନ୍‌: ଫଟୋଗ୍ରାଫି ଲଭର୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ବିନା ଡିଜେଲ୍ ଓ ଇଲେକ୍ଟ୍ରିରେ ଚାଲିଲା ଟ୍ରେନ୍

ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ଗିରଫଦାରିକୁ ନେଇ ଉଠିଲା ପ୍ରଶ୍ନ

ମହିଳାଙ୍କ ମହନୀୟତାର ଭିଡିଓ ଭାଇରାଲ୍: ଛୁଟୁଛି ପ୍ରଶଂସାର ସୁଅ

୩ ବର୍ଷର କନ୍ୟାକୁ ଛାଡ଼ି ପ୍ରେମିକଙ୍କୁ ଦେଖା କରିବା ପାଇଁ ଚାଲିଗଲେ ମହିଳା, ଭୋକ ଉପାସରେ ଆଖି ବୁଜିଲା ଶିଶୁ

ଦୁର୍ଗମ ଅଞ୍ଚଳରେ ଚିଠି ବାଣ୍ଟିବା ପାଇଁ ଦୈନିକ ଚାଲୁଛନ୍ତି ୧୫ କିମି ରାସ୍ତା

ବିଜେପି ନେତା ଓ ପରିବାର ହତ୍ୟା ଘଟଣାରେ ପୁଲିସ୍‌ ହାତରେ ଲାଗିଲା ବଡ଼ ପ୍ରମାଣ

କରୋନା ସନ୍ଦେହରେ ଯୁବତୀଙ୍କୁ ଚଳନ୍ତା ବସ୍‌ରୁ ଠେଲିଦେଲେ

You might also like