ଅାତଙ୍କବାଦୀଙ୍କ ଅାକ୍ରମଣରେ ୪ ପୁଲିସ କର୍ମଚାରୀ ସହିଦ

ଜମ୍ମୁ-କାଶ୍ମୀର : ଜମ୍ମୁ ଓ କାଶ୍ମୀରର ସୋଫିଅାନ୍ ଜିଲ୍ଲାରେ ଅାତଙ୍କବାଦୀଙ୍କ ଅାକ୍ରମଣରେ ୪ ଜଣ ପୁଲିସ କର୍ମଚାରୀ ସହିଦ ହୋଇଛନ୍ତି। ଏହି ଘଟଣା ପରେ ଅାତଙ୍କବାଦୀଙ୍କୁ ଧରିବା ଲାଗି ସମ୍ପୃକ୍ତ ଅଞ୍ଚଳରେ ଖାନତଲାସୀ ଜାରି ରହିଛି।

ପାଟ୍ରୋଲିଂ ବେଳେ ପୁଲିସ ଗାଡ଼ି ଖରାପ ହୋଇଯାଇଥିବା ବେଳେ ତାକୁ ମରାମତି କରୁଥିଲେ ପୁଲିସ କର୍ମଚାରୀ। ଏହି ସମୟରେ ଅତର୍କିତ ଭାବେ ଅାତଙ୍କବାଦୀମାନେ ଘେରି ଯାଇ ପୋଲିସ କର୍ମଚାରୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ ଅାତଙ୍କବାଦୀ।

ଫଳରେ ଘଟଣାସ୍ଥଳରେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ବିଭିନ୍ନ ସ୍ଥାନକୁ ସିଲ୍‌ କରି ପୁଲିସ ଖାନତଲାସୀ କରୁଛି।

You might also like