ଥରିଲା କାବୁଲ, ଏକାସଙ୍ଗେ ୪ ବିସ୍ଫୋରଣ

କାବୁଲ: ସାରା ବିଶ୍ୱ ଏବେ କରୋନାର ମୁକାବିଲା କରୁଥିବା ବେଳେ ଏହି ସମୟରେ ଆଫଗାନିସ୍ତାନରେ ବୋମା ବିସ୍ଫୋରଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଆଫଗାନିସ୍ତାନର ରାଜଧାନୀ କାବୁଲରେ ସୋମବାର ଗୋଟିଏ ପରେ ଗୋଟିଏ ଲଗାତାର ୪ଟି ବୋମା ବିସ୍ଫୋରଣ ହୋଇଛି।

ବିସ୍ଫୋରଣରେ ୪ଜଣ ସାଧାରଣ ନାଗରିକଙ୍କ ସମେତ ଜଣେ ଶିଶୁ ଆହତ ହୋଇଛନ୍ତି। ଘଟଣାସ୍ଥଳରେ କ୍ଲିଅରାନ୍ସ ଟିମ୍‌ ପହଞ୍ଚିଛନ୍ତି।

କାବୁଲ ଓ ଆଫଗାନିସ୍ତାନରର ଅନ୍ୟ ସହରରେ ଆତଙ୍କବାଦୀମାନେ ବୋମା ବିସ୍ଫୋରଣ ଏବଂ ରକେଟ୍‌ ଆକ୍ରମଣ ଘଟଣା ଗତ କିଛି ସପ୍ତାହ ହେବ ସାମ୍ନାକୁ ଆସିଛି। ହେଲେ ସୋମବାର ଘଟିଥିବା ବିସ୍ଫୋରଣ ଭୟଙ୍କର ବୋଲି କୁହାଯାଉଛି। କାରଣ ଗୋଟିଏ ପରେ ଗୋଟିଏ ଲଗାତାର ୪ଟି ବୋମା ବିସ୍ଫୋରଣ ହୋଇଛି। ଏହି ଆକ୍ରମଣ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନାହାନ୍ତି।

You might also like