ଲୋକସଭାରେ ସବର୍ଣ୍ଣ ସଂରକ୍ଷଣ ବିଲ୍ ପାସ୍

ବିଲ୍‌କୁ ୩୨୩ ସଦସ୍ୟ ସମର୍ଥନ, ବିରୋଧରେ ପଡ଼ିଲା ୩ଟି ଭୋଟ୍

ନୂଆଦିଲ୍ଲୀ : ଲୋକସଭାରେ ସବର୍ଣ୍ଣ ସଂରକ୍ଷଣ ବିଲ୍ ପାସ୍। ୧୨୪ତମ ସମ୍ବିଧାନ ସଂଶୋଧନ ବିଲ୍-୨୦୧୯ ଲୋକସଭାରେ ପାରିତ ହୋଇଛି। ବିଲ୍‌କୁ ୩୨୩ ସଦସ୍ୟ ସମର୍ଥନ କରିଥିବା ବେଳେ ମାତ୍ର ୩ଜଣ ସଦସ୍ୟ ବିରୋଧରେ ମତ ଦେଇଥିଲେ।

ବିଲ୍‌ରେ ସାଧାରଣ ବର୍ଗର ଆର୍ଥିକ ଅନଗ୍ରସରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ଏହି ବିଲ୍‌ ଆଇନରେ ପରିଣତ ହେଲେ ଦେଶର ୩୬ କୋଟି ଲୋକ ଲାଭବାନ ହେବେ ବୋଲି ସାମାଜିକ ନ୍ୟାୟ ମନ୍ତ୍ରୀ ଥାଓ୍ୱର ଚାନ୍ଦ ଗେହଲଟ କହିଛନ୍ତି।

ଅନ୍ୟପଟେ ଚଳିତ ରାଜ୍ୟସଭା ଅଧିବେଶନର ଅବଧି ଗୋଟିଏ ଦିନ ଅର୍ଥାତ ଆଜି ଯାଏଁ ବଢାଇଛନ୍ତି କେନ୍ଦ୍ର ସରକାର। ତେଣୁ ବିଲ୍‌କୁ ଆଜି ସରକାର ରାଜ୍ୟସଭାରେ ଉପସ୍ଥାପନ କରିବା ସଂଭାବନା ରହିଛି। ରାଜ୍ୟସଭାରେ ସରକାରଙ୍କ ବହୁମତ ନଥିବାରୁ ବିଲ୍‌ ପାସ୍ କରିବାକୁ ବିରୋଧୀଙ୍କ ସମର୍ଥନର ଆବଶ୍ୟକତା ରହିଛି।

ଲୋକସଭାରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ବାମଦଳ, ଟିଆରଏସ୍, ସମାଜବାଦୀ ପାର୍ଟି ପ୍ରମୁଖ ବିଲ୍‌କୁ ସମର୍ଥନ କରିଥିଲେ। ତେବେ AIADMK ସଦସ୍ୟ କକ୍ଷତ୍ୟାଗ କରିଥିଲେ। ସାଧାରଣ ବର୍ଗର ଲୋକେ ଯେଉଁମାନଙ୍କ ବାର୍ଷିକ ଆୟ ୮ ଲକ୍ଷରୁ କମ୍‌, ୫ ଏକରରୁ କମ୍ ଚାଷ ଜମି ଥିବ, ଏକ ହଜାରରୁ କମ୍‌ ବର୍ଗଫୁଟ ଜାଗାରେ ଘର ଥିବ ଓ ବିଜ୍ଞାପିତ ପୌରାଞ୍ଚଳରେ ୧୦୦ ୟାର୍ଡରୁ କମ୍‌ ବାସପଯୋଗୀ ପ୍ଲଟ୍ ଥିବ ସେମାନେ ସଂରକ୍ଷଣ ସୁବିଧା ପାଇବେ ବୋଲି ବିଲ୍‌ରେ ବ୍ୟବସ୍ଥା ରହିଛି।

ଆହୁରି ପଢ଼ନ୍ତୁ

ନଭେମ୍ବର ଶେଷ ଯାଏ ବଢ଼ିଲା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ କଟକଣା

ଏବେ ଯେକୌଣସି ବ୍ୟକ୍ତି ଜାମ୍ମୁ କାଶ୍ମୀରରେ କିଣି ପାରିବେ ଜାଗା

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ଲଭ୍‌-ଜିହାଦ୍‌ରୁ ହତ୍ୟା! ସିସିଟିଭିରେ କଏଦ୍‌ ହେଲା ଭିଡିଓ

ଅଓ୍ୱନ୍ତିପୋରାରେ ଏନ୍‌କାଉଣ୍ଟର: ଆତ୍ମସମର୍ପଣ କଲା ଆତଙ୍କୀ

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍

ହାଥରସ ଘଟଣା: ସୁପ୍ରିମକୋର୍ଟ କହିଲେ ୟୁପିରୁ ବାହାରକୁ ସ୍ଥାନାନ୍ତର ହେବନି ମାମଲା

୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି

ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ: BECA ରାଜିନାମା ସ୍ୱାକ୍ଷର କରିବେ ଦୁଇ ଦେଶ

ବିହାର ନିର୍ବାଚନ: ୩୪% ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା

ସୋନୁ ସୁଦ୍‌ଙ୍କ ସାହାଯ୍ୟକୁ ନେଇ ୟୁଜର୍ସ କହିଲେ ‘ବଡ ଧୋକା’; ସୋନୁ ଦେଲେ ଏମିତି ଜବାବ୍‌

ମଦ୍ରାସାରେ ଭୟଙ୍କର ବିସ୍ଫୋରଣ; ୭ ମୃତ ୭୦ ଆହତ

You might also like