ମହାମେଣ୍ଟରେ ସାମିଲ୍ ହେବେ ଉପେନ୍ଦ୍ର କୁଶଓ୍ୱାହ !

ନୂଆଦିଲ୍ଲୀ: ବିରୋଧୀ ମହାମେଣ୍ଟରେ ସାମିଲ୍‌ ହୋଇପାରନ୍ତି ଏନ୍‌ଡିଏରୁ ଇସ୍ତଫା ଦେଇଥିବା ଉପେନ୍ଦ୍ର କୁଶଓ୍ୱାହ। ଏନେଇ ସୂଚନା ଦେଇଛନ୍ତି ବିହାର ବିରୋଧି ଦଳ ନେତା ତେଜସ୍ୱୀ ଯାଦବ।

ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକାଠି କରିବାରେ ଲାଗିଛନ୍ତି RJD(ରାଷ୍ଟ୍ରୀୟ ଜନତା ଦଳ) ନେତା ତେଜସ୍ୱୀ ଯାଦବ। ଆଜି ଦିଲ୍ଲୀରେ ବସୁଥିବା ବୈଠକରେ ଏନ୍‌ଡିଏରୁ ଇସ୍ତଫା ଦେଇଥିବା ଉପେନ୍ଦ୍ର କୁଶଓ୍ୱାହଙ୍କୁ ନିମନ୍ତ୍ରଣ କରାଯାଇଛି।

ମହାଗଠବନ୍ଧନରେ ସାମିଲ ହେବା ପାଇଁ ତାଙ୍କୁ ନିମନ୍ତ୍ରଣ ଦେଇଛନ୍ତି ତେଜସ୍ୱୀ ଯାଦବ। ସମସ୍ତ ଆଞ୍ଚଳିକ ଦଳଗୁଡ଼ିକୁ ଏକାଠି କରିବା ପାଇଁ ପ୍ରୟାସ କରାଯାଉଥିବା ତେଜସ୍ୱୀ କହିଛନ୍ତି। ଏହାସହ ଏନ୍‌ଡିଏ ସରକାର ଉପରେ ସହଯୋଗୀ LJP(ଲୋକ ଜନଶକ୍ତି ପାର୍ଟି) ଖୁସି ନଥିବା ସେ କହିଛନ୍ତି।

You might also like