ହୋମ୍‌ ଆଇସୋଲେସନ୍‌ରେ ସୁରେଶ ପ୍ରଭୁ

ନୂଆଦିଲ୍ଲୀ: ହୋମ୍‌ ଆଇସୋଲେସନ୍‌ରେ ରହିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ। ସାଉଦି ଆରବରୁ  ଫେରିବା ପରେ ହୋମ୍ ଆଇସୋଲେସନ୍‌ରେ ରହିବାକୁ ସେ ନିଷ୍ପତ୍ତି ନେଇଛନ୍ତି।

କରୋନା ନେଇ ଯାଞ୍ଚ କରିବା ପରେ ରିପୋର୍ଟ ନେଗେଟିଭ୍ ଆସିବା ପରେ ବି ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରିଛନ୍ତି ସୁରେଶ ପ୍ରଭୁ।

୧୪ ଦିନ ଯାଏ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ମାର୍ଚ୍ଚ ୧୦ରେ ସାଉଦି ଆରବରେ ଆୟୋଜିତ ଦ୍ୱିତୀୟ ସେର୍ପାସ୍‌ ମିଟିଙ୍ଗକୁ ଯାଇଥିଲେ ସୁରେଶ ପ୍ରଭୁ।

You might also like