ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଗୁରୁତର

ନୂଆଦିଲ୍ଲୀ:  ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଛି। ଦିଲ୍ଲୀ ଆର୍ମି ହସ୍ପିଟାଲ୍‌ର ଭେଣ୍ଟିଲେଟରେ ଅଛନ୍ତି ପ୍ରଣବ।  ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ପ୍ରଣବଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି।  ପ୍ରତି ଘଣ୍ଟାରେ ପ୍ରଣବଙ୍କ ସ୍ୱାସ୍ଥ  ରିପୋର୍ଟକୁ ଅନୁଧ୍ୟାନ କରାଯାଇ ଚିକିତ୍ସା କରାଯାଉଛି।

ସୂଚନାଥାଉ କି,  ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କ ବ୍ରେନରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡିଥିଲା। ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ଦିଲ୍ଲୀ ଆର୍ମି ହସ୍ପିଟାଲ୍‌ରେ ପ୍ରଣବଙ୍କ ମୁଣ୍ଡରେ ସଫଳ ଅସ୍ତ୍ରୋପଚାର କରାଯାଇଥିଲା।  ହସ୍ପିଟାଲ୍‌ରେ ଅପରେସନ୍ ପୂର୍ବରୁ ପ୍ରଣବ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା।
ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ସେଲ୍ଫ ଆଇସୋଲେସନ୍‌ରେ ରଖିବା ସହ କୋଭିଡ୍ ଟେଷ୍ଟ କରାଇ ନେବାକୁ ସେ ଟ୍ୱିଟ୍ କରି ନିବେଦନ କରିଥିଲେ।

 

ଆହୁରି ପଢନ୍ତୁ-ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା

You might also like