ଏମ୍‌ସରୁ ଫେରିଲେ ମନମୋହନ

ନୂଆଦିଲ୍ଲୀ: ଏମ୍‌ସରୁ ଫେରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିବା ଦିଲ୍ଲୀ ଏମ୍‌ସ ପକ୍ଷରୁ କୁହାଯାଇଛି। ମନମୋହନଙ୍କୁ ଆଜି ଦନ ୧୨ ଟା ବେଳେ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି।

କାର୍ଡିଓ ଲୋଜୀର ପ୍ରେଫେସର ଡ. ନୀତୀଶ ନାୟକ ତାଙ୍କର ଚିକିତ୍ସା କରୁଥିଲେ ବୋଲି ପିଟିଆଇ ରିପୋର୍ଟରେ ଦର୍ଶାଇଛି। ତାଙ୍କ ଶରୀରରେ ଜ୍ୱର ରହିଥିବାରୁ ତାଙ୍କର କରୋନା ଟେଷ୍ଟ ମଧ୍ୟ କରାଯାଇଥିଲା। ହେଲେ ରିପୋର୍ଟ ନେଗେଟିଭ୍‌ ଆସିଥିଲା।

ହସ୍‌ପିଟାଲାରୁ ଡିସ୍‌ଚାର୍ଜ୍‌ ହେବା ପରେ ସେ ତାଙ୍କ ବାସଭବନରେ ପହଞ୍ଚିଛନ୍ତି। ତାଙ୍କର ସମସ୍ତ ରିପୋର୍ଟ ନର୍ମାଲ ଥିବା ତାଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।

ଗତ ରବିବାର ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ରାତି ୮.୪୫ରେ ଦିଲ୍ଲୀ ସ୍ଥିତି ଏମ୍ସର କାର୍ଡିଓ ଥୋରାସିସ୍ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ୮୭ ବର୍ଷୀୟ ମନମୋହନ ଡାକ୍ତରଙ୍କ ଅବଜରଭେସନରେ ଥିଲେ।

ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିଲା। ଏକ ନୂଆ ଔଷଧ ଦେବା ପରେ ତାଙ୍କ ଶୀରରେ ଔଷଧ କାମ କରିଥିଲା। ଡାକ୍ତରୀ ଦଳ ତାଙ୍କର ସ୍ୱାସ୍ଥ୍ୟ ଉପରେ ନଜର ରଖିଥିଲେ। ଜ୍ୱର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ଚିକିତ୍ସା କରାଯାଉଥିଲା।

ମନମୋନହ ସିଂହ ବର୍ତ୍ତମାନ ପାଇଁ ରାଜ୍ୟ ସଭାରେ ରାଜସ୍ଥାନର ପ୍ରତିନିଧିତ୍ୱ କରୁଛନ୍ତି। ପୂର୍ବରୁ ତାଙ୍କର ଦୁଇଥର ହାର୍ଟ ବାଇପାସ୍ ସର୍ଜରୀ ହୋଇ ସାରିଛି। ପ୍ରଥମେ ୧୯୯୦ରେ ଦ୍ୱିତୀୟରେ ୨୦୦୯ ତାଙ୍କର ବାଇପାସ୍ ସର୍ଜରୀ ହୋଇଥିଲା।

 

 

You might also like