ମନ୍‌ମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର

ନୂଆଦିଲ୍ଲୀ:ପୂର୍ବତନ ପ୍ରଧାନମନ୍ତ୍ରୀ ମନ୍‌ମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି। ଶ୍ୱାସକ୍ରିୟା ଜନିତ ସମସ୍ୟା ଯୋଗୁ ତାଙ୍କୁ ରବିବାର ରାତିରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ୮୭ ବର୍ଷୀୟ ସିଂହଙ୍କୁ ଏମ୍‌ସର କାର୍ଡିଓ-ଥୋରେସିସି ୱାର୍ଡରେ ଭର୍ତ୍ତି କରାଯାଇଛି।

ଏମ୍ସ ପକ୍ଷରୁ କୁହାଯାଇଛି, ଏକ ନୂଆ ଔଷଧ ଦେବା ପରେ ପ୍ରତିକ୍ରିୟା ଦେଖା ଦେଇଥିଲା। ଡାକ୍ତରୀ ଦଳ ତାଙ୍କର ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଜ୍ୱର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ଚିକିତ୍ସା କରାଯାଉଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସଂହଙ୍କ ଉପରେ ଏମ୍ସ ଡାକ୍ତର ୨୪ ଘଣ୍ଟିଆ ନଜର ରଖିଛନ୍ତି। ଜ୍ୱର କାହିଁକି ଛାଡ଼ୁନି ସେ ନେଇ ଡାକ୍ତରୀ ଟିମ୍‌ ନଜର ରଖିଛନ୍ତି। ତେବେ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ହେଲେ ତାଙ୍କ ଶରୀରର ତାପମାତ୍ରା ବଢ଼ିଥିବାରୁ ଡାକ୍ତରୀ ଟିମର ଚିନ୍ତା ବଢିଛି।

You might also like