ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ। ଏପରି ଅଭିଯୋଗ ଆଣିଛନ୍ତି ଜଣେ ପୂର୍ବତନ ମଡେଲ। ଏମି ଡୋରିସ୍ (Ami Dorris) ନାମ୍ନୀ ଏହି ମଡେଲ ଜଣକ ଅଭିଯୋଗ କରିଛନ୍ତି ଯେ, ୨୩ ବର୍ଷ ପୂର୍ବେ ତାଙ୍କର ଟେନିସ୍‌ ଚାମ୍ପିୟନସିପ୍‌ ସମୟରେ ଟ୍ରମ୍ପ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ସେ ସମୟରେ ତାଙ୍କର ବନ୍ଧୁ ଜେସନ୍‌ ବିନ୍‌ ଟ୍ରମ୍ପଙ୍କ ସହ ତାଙ୍କର ପରିଚୟ କରାଇଥିଲେ।

ତେବେ ରାଷ୍ଟ୍ରପତି ଟ୍ରମ୍ପ ଏହାକୁ ଖଣ୍ଡନ କରିଛନ୍ତି। ତାଙ୍କ ଓକିଲ ଦାବି କରିଛନ୍ତି, ନଭେମ୍ବର ୩ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ଛବି ଖରାପ କରିବା ପାଇଁ ତାଙ୍କ ବିରୋଧରେ ଏପରି ଅଭିଯୋଗ ଉଦ୍ଦେଶ୍ୟମୂଳକଭାବେ ଅଣାଯାଉଛି।

ସ୍ଥାନୀୟ ଏକ ଖବରକାଗଜକୁ ସାକ୍ଷାତ ଦେଇ ଡୋରିସ କହିଛନ୍ତି, ମ୍ୟାଚ ସମୟରେ ଭିଆଇପି ବକ୍ସରେ ଟ୍ରମ୍ପ ତାଙ୍କୁ ଜବରଦସ୍ତ କିସ୍‌ କରିଥିଲେ ଏବଂ ଖୁବ୍‌ ଜୋର‌ରେ ଭିଡି ଧରିଥିଲେ। ବହୁ କଷ୍ଟରେ ଡୋରିସ୍ ତାଙ୍କ କବଜାରୁ ମୁକୁଳି ପାରିଥିଲେ।

ତେବେ ଟ୍ରମ୍ପଙ୍କ ଓକିଲ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ରାଷ୍ଟ୍ରପତି କେବେ ବି ତାଙ୍କୁ ଏପରି ହଇରାଣ କରି ନାହାନ୍ତି କିମ୍ବା କୌଣସି ଦୁର୍ବ୍ୟବହାର କରି ନାହାନ୍ତି। ସେ କହିଛନ୍ତି, ଭିଆଇପି ବକ୍ସରେ ଯଦି ଏପରି ହୋଇଥାନ୍ତା ତେବେ ସେଠାରେ ଉପସ୍ଥିତ ଲୋକ ନିଶ୍ଚୟ ଦେଖିଥାନ୍ତେ। ଏପରିକି ତାଙ୍କର ବୟଫ୍ରେଣ୍ଡ ଜେସନ୍‌ ବେନ୍‌ ମଧ୍ୟ ଏ ନେଇ କୌଣସି କମେଣ୍ଟ ଦେଇ ନାହାନ୍ତି।

ଅନ୍ୟପକ୍ଷେ ଡୋରିସ କହିଛନ୍ତି, ସେତେବେଳେ ଏହି ଘଟଣାକୁ ସାମାନ୍ୟ କରିବା ପାଇଁ ତାଙ୍କ ଉପରେ ଚାପ ପକାଯାଇଥିଲା।

ଆହୁରି ପଢ଼ନ୍ତୁ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

You might also like