ମହାମାରୀ କରୋନାରେ ଆକ୍ରାନ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ୱାନ

ମୁମ୍ବାଇ: ମହାରାଷ୍ଟ୍ରର କ୍ୟାବିନେଟ୍‌ ମନ୍ତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ୱାନ‌ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ଏବେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ବର୍ତ୍ତମାନ ମହାରାଷ୍ଟ୍ର ସରକାରର ପିଡବ୍ଲ୍ୟୁଡି ମନ୍ତ୍ରୀ ଥିବା ଅଶୋକ ମୁମ୍ବାଇ ଓ ମରାଠୱାଡା ଜିଲ୍ଲା ସ୍ଥିତ ଘରକୁ ଅନେକ ଥର ପରିଭ୍ରମଣ କରିଥିଲେ ବୋଲି ସୂଚନା ମିଳିଛି।

ସୂଚନାଥାଉ କି, ଏହା ପୂର୍ବରୁ ମହାରାଷ୍ଟ୍ରର ହାଉସିଂ ମନ୍ତ୍ରୀ ଜିତେନ୍ଦ୍ର ଆୱାଡ କରୋନାରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ।

ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦,୨୩୧ ଛୁଇଁଛି।

You might also like