ଶପଥ ନେଲେ ନୂଆ ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ

ନୂଆଦିଲ୍ଲୀ: ଦେଶର ନୂଆ ସିଏଜି ଭାବେ ଆଜି ଶପଥ ନେଇଛନ୍ତି ଗିରୀଶ ଚନ୍ଦ୍ର ମୁର୍ମୁ । ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆ ସିଏଜିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ଏହି ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସମେତ କେନ୍ଦ୍ର କ୍ୟାବିନେଟର ସଦସ୍ୟମାନେ ଉପସ୍ଥିତ ଥିଲେ ।

ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦରୁ ଇସ୍ତଫା ଦେବା ପରେ ଗିରୀଶଙ୍କୁ CAG ଭାବେ ନିଯୁକ୍ତି ମିଳିଛି । ୧୯୮୫ ବ୍ୟାଚ୍ ଗୁଜରାଟ କ୍ୟାଡର ଆଇଏଏସ୍ ଅଫିସର ମୁର୍ମୁ ବୁଧବାର ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ ।

ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ଗିରୀଶ ଚନ୍ଦ୍ର ମୁର୍ମୁ ତାଙ୍କ ପ୍ରଧାନ ସଚିବ ଭାବେ କାମ କରିଥିଲେ । କେନ୍ଦ୍ରର ଅର୍ଥ ବିଭାଗରେ ମଧ୍ୟ ସେ କାମ କରିଛନ୍ତ।

 

You might also like