ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଅଜିତ୍‌ ଓ୍ୱାଡେକରଙ୍କ ପରଲୋକ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଅଜିତ୍‌ ଓ୍ୱାଡେକରଙ୍କ ୭୭ ବର୍ଷ ବୟସରେ ମୁମ୍ବାଇର ଜସ୍‌ଲୋକ୍‌ ହସ୍ପିଟାଲରେ ପରଲୋକ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଅଜିତ୍‌ ଓ୍ୱାଡେକର ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ପ୍ରଥମ ଅନ୍ତଃରାଷ୍ଟ୍ରୀୟ ଅଧିନାୟକ।

ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରି ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି, “ଭାରତୀୟ କ୍ରିକେଟ୍‌ରେ ଅଜିତ୍‌ ୱାଡେକରଙ୍କ ଅବଦାନକୁ ସବୁଦିନ ମନେ ପକାଯିବ। ସେ ଜଣେ ମହାନ ବ୍ୟାଟ୍ସମ୍ୟାନ୍‌ ଓ ଭଲ ଅଧିନାୟକ ଥିଲେ। ସେ ଆମ ଟିମ୍‌ର ନେତୃତ୍ୱ ନେଇ ଆମ କ୍ରିକେଟ୍‌ ଇତିହାସକୁ ସ୍ମରଣୀୟ କରିଛନ୍ତି। ଜଣେ ପ୍ରଭାବଶାଳୀ କ୍ରିକେଟ୍‌ ପ୍ରଶାସକ ଭାବେ ମଧ୍ୟ ତାଙ୍କର ବହୁତ ଯୋଗଦାନ ରହିଛି। ତାଙ୍କ ପରଲୋକ ଗଭୀର ଦୁଃଖ ଦେଇଛି।”

୧୯୪୧, ଏପ୍ରିଲ ୧ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ଏହି ମହାନ କ୍ରିକେଟ୍‌ର ଦେଶ ପାଇଁ ୧୯୬୬ରୁ ୧୯୭୪ ପର୍ଯ୍ୟନ୍ତ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଖେଳିଥିଲେ। ୧୯୭୧ ମସିହାରେ ଅଜିତ୍‌ ଓ୍ୱାଡେକରଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ଇଂଲଣ୍ଡରେ ବିଜୟ ହାସଲ କରିଥିଲା।

You might also like