କରୋନାରେ ଆଖି ବୁଜିଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀ

ନୂଆଦିଲ୍ଲୀ: ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ  ବେଳକୁ ସୋଲି ସୋରାବଜୀଙ୍କୁ ୯୧ ବର୍ଷ ବୟସ ହୋଇଥିଲା। କିଛିଦିନ ତଳେ ସୋଲି ସୋରାବଜୀ ଓ ତାଙ୍କ ପତ୍ନୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।  ତାଙ୍କ ପତ୍ନୀ ସୁସ୍ଥ ହୋଇଥିଲେ ମଧ୍ୟ ସୋଲି ସୋରାବଜୀ ଚିକିତ୍ସାଧୀନ ଥିଲେ।

ସୋଲି ସୋରାବଜୀ ଦୁଇ ଦୁଇ ଥର ଦେଶର ଆଟର୍ଣ୍ଣି ଜେନରାଲ ଥିଲେ। ପ୍ରଥମେ ୧୯୮୯ରୁ ୯୦ ଏବଂ ଦ୍ୱିତୀୟ ଥର ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ। ସୋଲି ସୋରାବଜୀଙ୍କ ଜନ୍ମ ୧୯୩୦ରେ ବମ୍ବେରେ ହୋଇଥିଲା। ୧୯୫୩ରେ ସେ ସେ ବମ୍ବେ ହାଇକୋର୍ଟରେ ପ୍ରାକ୍ଟିସ ଆରମ୍ଭ କରିଥିଲେ। ୧୯୭୧ରେ ବମ୍ବେ ହାଇକୋର୍ଟରେ ସିନିୟର ଆଡ୍‌ଭୋକେଟ ଭାବେ କାମ ଆରମ୍ଭ କରିଥିଲେ। ପରେ ପ୍ରାୟ ୭ ବର୍ଷ ଧରି ଆଇନ ବ୍ୟବସାୟ ସହ ଜଡିତ ଥିଲେ।

ସୋଲି ସୋରାବଜୀ ପଦ୍ମ ବିଭୂଷଣରେ ସମ୍ମାନିତ ହୋଇଥିଲେ। ଦେଶର ଜଣେ ବରିଷ୍ଠ ମାନବାଧିକାର ଓକିଲ ଭାବେ ସେ ବେଶ ଜଣାଶୁଣା।

You might also like