ନିର୍ବାଚନ ପୂର୍ବରୁ ହରିଆଣାରେ କଂଗ୍ରେସକୁ ବଡ଼ ଝଟ୍‌କା

ଚଣ୍ଡିଗଡ଼:  ନିର୍ବାଚନ ପୂର୍ବରୁ ହରିଆଣାରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ରାହୁଲଙ୍କ ଅନୁଗତ ତଥା ହରିଆଣା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଅଶୋକ ତନଓ୍ୱାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତିଯ

ନିଜର ସମର୍ଥକ ଓ ଦଳୀୟ କର୍ମୀଙ୍କ ସହ ବାରମ୍ବାର ଆଲୋଚନା ପରେ ଦଳ ଛାଡ଼ିବା ଲାଗି ସେ ନିଷ୍ପତ୍ତି ନେଲେ ବୋଲି ତନଓ୍ୱାର ଟ୍ୱିଟ୍ କରିଛନ୍ତି।

କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆଙ୍କୁ ଏକ ପତ୍ର ଲେଖି ସେ କହିଛନ୍ତି ଯେ, କଂଗ୍ରେସ ଏବେ ତିଷ୍ଠି ରହିବାର ସଂକଟରେ ଗତି କରୁଛି। ବିରୋଧୀ ଦଳ ପାଇଁ ନୁହେଁ ବରଂ ନିଜ ଭିତରେ ଦ୍ୱନ୍ଦ୍ୱ ଯୋଗୁ ଦଳର ସ୍ଥିତି ଏପରି ହୋଇଛି ବୋଲି ସେ କହିଛନ୍ତି।

ଅଣରାଜନୈତିକ ଦଳର ପରିଶ୍ରମୀ କର୍ମୀଙ୍କ ସ୍ଥାନ ଦଳ ଭିତରେ ନାହିଁ ବୋଲି ସେ କହିଛନ୍ତି। ବ୍ଲାକମେଲ୍ ଓ ଚାପ ପ୍ରୟୋଗ କରିବାର ଶୈଳୀର ବିଜୟ ହେଲା ବୋଲି ତନଓ୍ୱାର କହିଛନ୍ତି। ଦଳରେ ଏବେ ବି ସାମନ୍ତବାଦୀ ଚିନ୍ତାଧାରା ଓ ମଧ୍ୟଯୁଗୀୟ ଆଚରଣ ବଞ୍ଚି ରହିଛି ବୋଲି ସେ ଲେଖିଛନ୍ତି।

କିଛିଦିନ ପୂର୍ବରୁ ତାଙ୍କୁ ରାଜ୍ୟ ସଭାପତି ପଦରୁ ହଟାଇ କୁମାରୀ ଶୈଳଜାଙ୍କୁ ସଭାପତି କରାଯାଇଥିଲା।  ଏହାପରେ ସେ ଅସନ୍ତୋଷ ପ୍ରକାଶ କରି ଦଳର ସମସ୍ତ ପଦପଦବୀରୁ ଇସ୍ତଫା ଦେଇଥିଲେ।

You might also like