ପରଲୋକରେ ଗୁଜରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧବସିଂହ ସୋଲାଙ୍କୀ

ଗାନ୍ଧିନଗର:ଗୁଜରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ମାଧବସିଂହ ସୋଲାଙ୍କୀର ଶନିବାର ପରଲୋକ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ମାଧବସିଂହ ସୋଲାଙ୍କୀର ୯୪ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମାଧବସିଂହ ସୋଲାଙ୍କୀ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ଭରତ ସିଂ ସୋଲାଙ୍କୀର ପିତା। ପେଷାରେ ଓକିଲ ଥିବା ସୋଲାଙ୍କୀ ୧୯୭୭ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ପ୍ରଥମ ମୁଖ୍ୟମନ୍ତ୍ରୀ ହେବାର ଅବଧି ଖୁବ୍‌ ସମୟ ପାଇଁ ଥିଲା।

୧୯୮୦ରେ ୨ୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସୋଲାଙ୍କୀ ତାଙ୍କ ଜୀବନକାଳ ମଧ୍ୟରେ ୪ ଥର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଛନ୍ତି। ସେ ନରସିଂହ ରାଓ ମନ୍ତ୍ରୀ ମଣ୍ଡଳରେ ବିଦେଶ ମନ୍ତ୍ରୀ ମଧ୍ୟ ଥିଲେ। ସୋଲାଙ୍କି ୨୧ ଜୁନ୍ ୧୯୯୧ରୁ ୩୧ ମାର୍ଚ୍ଚ ୧୯୯୨ ଯାଏ ବୈଦେଶିକ ମନ୍ତ୍ରୀ ଥିଲେ।

୩୦ ଜୁଲାଇ ୧୯୨୭ରେ ସେ ଜନ୍ମ ଗ୍ରହଣ କରିଥିଲେ। ସୋଲାଙ୍କୀ ଜଣେ ଏମିତି ନେତା ଥିଲେ ଯିଏ ନିଜ କ୍ଷମତା ବଳରେ ଏକକାଳୀନ କ୍ଷତ୍ରିୟ, ହରିଜନ, ଆଦିବାସୀ, ମୁସ୍‌ଲିମ୍‌ଙ୍କ ସମର୍ଥନ ଯୋଗାଡ଼ କରିପାରିଥିଲେ।

 

You might also like