ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଗାନ୍ଧିନଗର: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ ହୋଇଯାଇଛି।  ଗାନ୍ଧିନଗରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୯୨ ବଷୀୟ କେଶୁଭାଇ ଗତମାସରେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ।

ଗତକାଲି ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ପୁଣି ଥରେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । କେଶୁଭାଇ ୧୯୯୫ରୁ ୨୦୦୧ ଯାଏ ତିନି ଥର ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଥିଲେ। ୬ ଥର ବିଧାୟକ ଥିବା କେଶୁଭାଇ ଏକଦା ଗୁଜରାଟ ରାଜନୀତିରେ ବିଜେପିର ପୋଷ୍ଟର ବୟ ଥିଲେ।

ତେବେ ୨୦୧୨ରେ ବିଜେପି ସହ ବିବାଦ ପରେ ଗୁଜରାଟ ପରିବର୍ତ୍ତନ ପାର୍ଟି ନାଁରେ ଦଳ ଗଠନ କରିଥିଲେ।

You might also like