ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ହେଲେ ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍‌ ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ  : ଓଡ଼ିଶା ପାଇଁ ଗୌରବର ବିଷୟ। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ନିଯୁକ୍ତ ହୋଇଛନ୍ତି ତାମିଲନାଡୁ କ୍ୟାଡରର ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ୍‌ ଅଫିସର ଶକ୍ତିକାନ୍ତ ଦାସ।  ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ୍ ପଟେଲଙ୍କ ଇସ୍ତଫା ପରେ ଶକ୍ତିକାନ୍ତଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛି।

ପୂର୍ବରୁ ଶକ୍ତିକାନ୍ତ କେନ୍ଦ୍ର ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ନୋଟବନ୍ଦୀ ବେଳେ କେନ୍ଦ୍ର ଅର୍ଥନୈତିକ ବ୍ୟାପର ସଚିବ ଭାବେ ସେ ଦାୟିତ୍ୱ ତୁଲାଇ ଥିବା ବେଳେ ପଞ୍ଚଦଶ ଅର୍ଥ କମିଶନର ସଦସ୍ୟ ଥିଲେ। ତାପୂର୍ବରୁ ସେ କେନ୍ଦ୍ର ରାଜସ୍ୱ , ଶିଳ୍ପ ଓ ସାର ସଚିବ ପଦରେ ଭାବେ କାର୍ଯ୍ୟ କରିଥିଲେ।

ଆର୍ଥିକ ପରିଚାଳନା କ୍ଷେତ୍ରରେ ବିପୁଳ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ  ପଦରେ ବସାଯାଇଛି। ତେବେ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ନୀତିକୁ ନେଇ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ମତଭେଦ ପରିପ୍ରେକ୍ଷୀରେ ତାଙ୍କ ଭୂମିକା କଣ ହେଉଛି,  ତା ଉପରେ ନଜର ରହିବ। ଅନ୍ୟପକ୍ଷରେ ଏହି ଗୁରୁତ୍ୱପୂର୍ଣ୍ଣ ପଦ ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ।

You might also like