ରାଜୀବ କୁମାର ଦେଶର ନୂଆ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ଦେଶର ନୂଆ ନିର୍ବାଚନ କମିଶନର ନିଯୁକ୍ତ। ପୂର୍ବତନ କେନ୍ଦ୍ର ଅର୍ଥ ସଚିବ ରାଜୀବ କୁମାରଙ୍କୁ ଭାରତୀୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଆଇନ୍ ମନ୍ତ୍ରଣାଳୟ ଏନେଇ ଏକ ବିଜ୍ଞପ୍ତି ଜାରି କରିଛି।


ଅଗଷ୍ଟ ୩୧ ତାରିଖରୁ ସେ କାର୍ଯ୍ୟଭାର ଗ୍ରହଣ କରିବେ। ଦିନକ ତଳେ ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇଥିଲେ ଅଶୋକ ଲାଭାସା। ଏହାପରେ ପଦ ଖାଲି ପଡିଥିଲା। ରାଜୀବ କୁମାର ହେଉଛନ୍ତି ୧୯୮୪ ବ୍ୟାଚ୍‌ ଅବସରପ୍ରାପ୍ତ ଆଇଏଏସ୍।

You might also like