ମୋଦିଙ୍କ କଥା ଚିଦାମ୍ବରମଙ୍କୁ ଭଲ ଲାଗିଲା; ପିଏମ୍‌ଙ୍କ ୩ଟି ଆହ୍ୱାନକୁ ସମର୍ଥନ କଲେ

ନୁଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ୱରମ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତିନୋଟି ଆହ୍ୱାନକୁ ପ୍ରଶଂସା କରିଛନ୍ତି। ମୋଦି ସରକାରକୁ ସଂସଦ ପାଖରୁ ଆରମ୍ଭ କରି ଗଣମାଧ୍ୟମରେ ସମାଲୋଚନା କରୁଥିବା ଏହି ନେତା ଆଜି ଟୁଇଟ କରି ମୋଦିଙ୍କ ଆହ୍ୱାନଙ୍କୁ ପ୍ରଶଂସା କରିବା ସହିତ ସମସ୍ତେ ଏହି ଆହ୍ୱାନକୁ ଗ୍ରହଣ କରିବା ଉଚିତ୍ ବୋଲି କହିଛନ୍ତି।


ଗତକାଲି ସ୍ୱାଧୀନତା ଦିବସ ଅବସରରେ ମୋଦି ଦେଇଥିବା ଭାଷଣର ତିନୋଟି ପ୍ରସଙ୍ଗକୁ ଆଜି ଚିଦାମ୍ବରମ ଆଜି ସିରିଜ୍ ଟୁଇଟ କରି ପ୍ରଶଂସା କରିଛନ୍ତି।

ସେଗୁଡ଼ିକ ହେଲା ୧.ଛୋଟ ପରିବାର ଥିବା ନାଗରିକଙ୍କୁ ଦେଶପ୍ରେମୀ କହିବା।  ୨. ପୁଞ୍ଜି ନିବେଶକାରୀ/ପୁଞ୍ଜି ସୃଷ୍ଟିକାରୀଙ୍କୁ ସମ୍ମାନ ଦେବା ଏବଂ ୩. ସମସ୍ତ ପ୍ଲାଷ୍ଟିକ ସାମଗ୍ରୀକୁ ବର୍ଜ୍ଜନ କରିବା।

ଅନ୍ୟ ଏକ ଟ୍ୱିଟରେ  ଚିଦାମ୍ବରମ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ପୁଞ୍ଜି ସୃଷ୍ଟିକାରୀଙ୍କୁ ସମ୍ମାନ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଓ ଟ୍ୟାକ୍ସ ଅଫିସରମାନେ କାନ ଖୋଲି ଶୁଣିବା ଉଚିତ୍। ଅନ୍ୟ ଦୁଇଟି ପ୍ରସଙ୍ଗ ଜନ ଆନ୍ଦୋଳନରେ ପରିଣତ ହେବା ଦରକାର ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

୨୦୧୯ରେ ୨୦୫୦ ଥର ଅସ୍ତ୍ରବିରତୀ ଉଲ୍ଲଙ୍ଘନ କଲାଣି ପାକିସ୍ତାନ; ଗଲାଣି ୨୧ ଜୀବନ

ପାକିସ୍ତାନ ବିରୋଧରେ ମିଛ ପ୍ରଚାର କରୁଛନ୍ତି ଭାରତ ସରକାର; ଶରଦ ପାୱାର୍

ଆନ୍ଧ୍ର ଡଙ୍ଗାବୁଡ଼ିରେ ମୃତ୍ୟୁ ସଂଖ୍ୟା ୧୨ ଛୁଇଁଲା; ଆହୁରି ବଢ଼ିପାରେ

ଭାରତ ସହ ଯୁଦ୍ଧ ହେଲେ ପାକିସ୍ତାନ ହାରିବ: ଇମ୍ରାନ ଖାନ୍

ଚଳନ୍ତା ଗାଡ଼ିରେ ଏମିତି ଟାୟାର ବଦଳାଇଲେ ଯୁବକ, ଭିଡିଓ ଭାଇରାଲ

ପୂଜା ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ଭେଟି

ଓସାମା ବିନ୍ ଲାଡେନ୍‌ ପୁଅ ହମଜା ବିନ୍ ଲାଡେନ ନିହତ

ନୂଆ ଅସ୍ତ୍ରଶସ୍ତ୍ର ଓ ଉପକରଣ ଲାଗି ୪୦ ହଜାର କୋଟି ଦାବି କଲା ବାୟୁସେନା

ସନ୍ଧାନୀ କୁକୁର ‘ଡଚ୍‌’କୁ ଭାରତୀୟ ସେନାର ଶ୍ରଦ୍ଧାଞ୍ଜଳି

ତୈଳ କମ୍ପାନୀ ଉପରେ ଡ୍ରୋନ୍‌ ଆକ୍ରମଣ

ଏମିତି ବି ଆସେ ମୃତ୍ୟୁ: ନାଗିନ୍‌ ଡ୍ୟାନ୍ସ କରୁଥିବା ବେଳେ ଉଡ଼ିଗଲା ପ୍ରାଣବାୟୁ

ଭାରତରେ ହେବ ଶପିଂ ଫେଷ୍ଟିଭାଲ

You might also like