ଉମା ଭାରତୀଙ୍କୁ କରୋନା
ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ସେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।
ଏବେ ସେ ହରିଦ୍ୱାର ଓ ଋଷିକେଶ ମଧ୍ୟରେ ଥିବା ବନ୍ଦେ ମାତରମ୍ କୁଞ୍ଜରେ କ୍ୱାରେଣ୍ଟିନ୍ରେ ଅଛନ୍ତି। ଚାରି ଦିନ ପରେ ପୁଣିଥରେ କରୋନା ଟେଷ୍ଟ୍ କରାଇବା ସହ ଡାକ୍ତରଙ୍କ ପରାମର୍ଶ କ୍ରମେ ନିଷ୍ପତ୍ତି ନେବେ ବୋଲି ଟ୍ୱିଟ୍ କରି ଉମା ଭାରତୀ କହିଛନ୍ତି।
ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା ପାଇଁ ସେ ପରାମର୍ଶ ଦେବାସହ ସତର୍କ ରହିବା ପାଇଁ ସେ କହିଛନ୍ତି।