ରାଜ୍ୟସଭା ଯିବେ ପୂର୍ବତନ CJI ଜଷ୍ଟିସ୍ ରଞ୍ଜନ ଗୋଗୋଇ

ନୂଆଦିଲ୍ଲୀ: ରାଜ୍ୟସଭା ଯିବେ ପୂର୍ବତନ CJI ଜଷ୍ଟିସ୍ ରଞ୍ଜନ ଗୋଗୋଇ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ୍ ଗୋଗୋଇଙ୍କୁ ରାଜ୍ୟସଭା ଲାଗି ମନୋନୀତ କରିଛନ୍ତି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛ।

ରାଜ୍ୟସଭାକୁ ମନୋନୀତ ହେଉଥିବା ସଦସ୍ୟଙ୍କ ମଧ୍ୟରୁ ଗୋଟିଏ ସିଟ୍ ଖାଲି ଥିବାରୁ ଏହି ଆସନ ପାଇଁ ଜଷ୍ଟିସ ଗୋଗୋଇଙ୍କୁ ମନୋନୀତ କରାଯାଇଥିବା ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଗତବର୍ଷ ନଭେମ୍ବର ମାସରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିଲେ ଜଷ୍ଟିସ ଗୋଗୋଇ। ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ହେବାରେ ଜଷ୍ଟିସ ଗୋଗୋଇ ହେଉଛନ୍ତି ଦେଶର ପ୍ରଥମ ପ୍ରଧାନ ବିଚାରପତି।

ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ କହିଛନ୍ତି ସେ ଶପଥ ଗ୍ରହଣ କରିବା ପରେ ରାଜ୍ୟସଭା ମନନୋୟନ ଉପରେ ମତ ରଖିବେ। ସେ ଏହାକୁ କାହିଁକି ଗ୍ରହଣ କଲେ ସେ ବିଷୟରେ ଶପଥ ନେବାପରେ କହିବେ ବୋଲି ଜଷ୍ଟିସ୍‌ ଗୋଗୋଇ କହିଚନ୍ତି। ସୋମବାର ଦିନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ତାଙ୍କୁ ସଂସଦର ଉଚ୍ଚତମ ସଦନ ରାଜ୍ୟସଭା ଗୃହକୁ ମନୋନୀତ କରିଥିଲେ।

ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଆଜି ଆସାମର ଗୁଆହାଟୀଠାରେ ଗଣମାଧ୍ୟମକୁ କହିଛନ୍ତି, “ଆସନ୍ତାକାଲି ମୁଁ ଦିଲ୍ଲୀ ଯିବାର ଅଛି। ମୋତେ ପ୍ରଥମେ ଶପଥ କରିବାକୁ ଦିଅନ୍ତୁ, ତା’ପରେ ମୁଁ ଗଣମାଧ୍ୟମକୁ ବିସ୍ତୃତ ଭାବରେ କହିବି କାହିଁକି ମୁଁ ଏହାକୁ ଗ୍ରହଣ କଲି।”

ଜଷ୍ଟିସ ଗୋଗୋଇ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଦାୟିତ୍ୱ ତୁଲାଇବା ପରେ ଗତ ବର୍ଷ ନଭେମ୍ବର ମାସରେ ଅବସର ନେଇଥିଲେ।
ଏହା ପୂର୍ବରୁ ଜାନୁୟାରୀ ୨୦୧୮ ମସିହାରେ ଜଷ୍ଟିସ୍‌ ଦୀପକ ମିଶ୍ର ପ୍ରଧାନ ବିଚାରପତି ଥିବାବେଳେ ତାଙ୍କ ବିରୋଧରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିବା ଚାରିଜଣ ବରିଷ୍ଠ ବିଚାରପତିଙ୍କ ମଧ୍ୟରେ ସେ ଥିଲେ। ପ୍ରଥମ ଥର ପାଇଁ ଏଭଳି ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା, ଯାହାକି ବେଶ ଚର୍ଚ୍ଚାରେ ଥିଲା।

ଏହି ସମୟରେ ଜଷ୍ଟିସ୍ ଦୀପକ ମିଶ୍ର ନିଜ ପସନ୍ଦରେ ବିଚାରପତିମାନଙ୍କୁ ମାମଲାର ଦାୟିତ୍ୱ ଦେଉଥିବା ଏବଂ ସମ୍ବେଦନଶୀଳ ମାମଲା ସବୁକୁ ଜୁନିଅରଙ୍କୁ ଦେଉଥିବା ଆଦି ଅଭିଯୋଗ ଅଣାଯାଇଥିଲା।

You might also like