ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଅସୁସ୍ଥ

ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ହରିଆନାର ଗୁରୁଗ୍ରାମ୍‌ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତକାଲି ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ବିଜେପିର ଏହି ବରିଷ୍ଠ ନେତା ଗତ ୨ ଦିନ ହେଲା ଦିଲ୍ଲୀରେ ଥିଲେ। ୨୨ ତାରିଖ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଥିଲେ।

ଉଲ୍ଲେଖଯୋଗ୍ୟ, ରମଣ ସିଂହ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହେବା ସହ ଛତିଶଗଡ଼ର ସବୁଠୁ ଅଧିକ ସମୟ ରହିଥିବା ମୁଖ୍ୟମନ୍ତ୍ରୀ। ସେ ୨୦୦୩ ରୁ ୨୦୧୮ପର୍ଯ୍ୟନ୍ତ ୧୫ ବର୍ଷ ଧରି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଥିଲେ।

You might also like