ସର୍ବସାଧାରଣରେ କାନ ଧରି ଭୁଲ୍ ମାଗିଲେ ପୂର୍ବତନ ବିଧାୟକ
ବାରାଣସୀ: ସର୍ବସାଧାରଣରେ କାନ ଧରି ଭୁଲ୍ ମାଗିଲେ ବିଜେପିର ପୂର୍ବତନ ବିଧାୟକ। ଛାତ୍ରୀଙ୍କ ସହିତ ଅସଦାଚରଣ ଅଭିଯୋଗରେ ଉତ୍କ୍ଷିପ୍ତ ଲୋକମାନେ ବିଧାୟକଙ୍କୁ ମାଡ଼ ମାରିବା ସହିତ ସର୍ବସାଧାରଣ କାନ ଧରି ଭୁଲ୍ ମଗାଇଛନ୍ତି।
ଉତ୍ତରପ୍ରଦେଶ ବାରାଣସୀ ଚୌବେପୁର ଥାନା ଭଗତୁଆ ଗାଁରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଏ ସମ୍ପର୍କିତ ଭିଡିଓ ମଧ୍ୟ ଖୁବ୍ ଭାଇରାଲ୍ ହେଉଛି।
ଇଣ୍ଟର କଲେଜ ଚେୟାରମ୍ୟାନ ଓ ତଥା ପୂର୍ବତନ ବିଜେପି ବିଧାୟକ ମାୟା ଶଙ୍କର ପାଠକ ଜଣେ ଛାତ୍ରୀଙ୍କୁ ଅଶ୍ଳିଳ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ନିଜେ ଛାତ୍ରୀ ମାୟାଶଙ୍କରଙ୍କ ଉପରେ ଏପରି ଅଭିଯୋଗ ଆଣିଛନ୍ତି। ଛାତ୍ରୀଙ୍କ ପରିବାର ଲୋକ ଏ ସମ୍ପର୍କରେ ଜାଣିବା ପରେ ଉତ୍ତ୍ୟକ୍ତ ହୋଇ ମାୟାଶଙ୍କୁ ମାଡ଼ ମାରିବା ସହିତ ଏହାର ଭିଡିଓ ରେକର୍ଡ଼ିଂ ମଧ୍ୟ କରିଥିଲେ। ତେବେ ଏହି ଘଟଣା ପରେ ବାରାଣସୀ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।
ଦିନେ ବାରଣାସୀରେ ବିଜେପି ବିଧାୟକ ଥିବା ମାୟାଶଙ୍କର ଏବେ ଏମ୍ପି ଇନ୍ଷ୍ଟିଟ୍ୟୁଟ୍ ଆଣ୍ଡ କମ୍ପ୍ୟୁଟର କଲେଜ୍ ନାମରେ ଭଗତୁଆ ଗାଁରେ ଏକ ଇଣ୍ଟର କଲେଜର ପରିଚାଳନା କରୁଛନ୍ତି।
ତେବେ ଭାଇରାଲ୍ ହେଉଥିବା ଭିଡିଓଟି ଦୁଇଦିନ ତଳର ବୋଲି କୁହାଯାଉଛି। ସ୍କୁଲ୍ ଚେୟାରମ୍ୟାନ ଥିବା ମାୟାଶଙ୍କର ଛାତ୍ରୀଙ୍କୁ ତାଙ୍କ ଅଫିସ୍ ଡକି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ପୀଡ଼ିତ ଛାତ୍ରୀ ତାଙ୍କ ସହିତ ହୋଇଥିବା ଏ ଦୁର୍ଘଟଣା ସମ୍ପର୍କରେ ଘର ଲୋକଙ୍କୁ ଜଣାଇଥିଲେ। ଝିଅ ଠାରୁ ସବୁକଥା ଶୁଣିବା ପରେ ଉତ୍ତ୍ୟକ୍ତ ହୋଇଯାଇଥିଲେ ପରିବାର ଲୋକେ।
ଏହାପରେ ସେମାନେ ସ୍କୁଲ୍ ପହଞ୍ଚି ମାୟାଶଙ୍କରୁ ପ୍ରଥମେ ତାଙ୍କ ଅଫିସ୍ରେ ମାଡ଼ ମାରିଥିଲେ। ପରେ ତାଙ୍କୁ ସ୍କୁଲ୍ରୁ ବାହାରକୁ ଆଣି ଏକ ଚେୟାର୍ରେ ବସାଇ ପୁଣି ମାଡ଼ ମାରିଥିଲେ। ଏହି ସମୟରେ ବିଜେପିର ପୂର୍ବତନ ବିଧାୟକ ମାୟାଶଙ୍କର ନିଜ ଭୁଲ୍ ପାଇଁ ବାରମ୍ବାର ଭୁଲ୍ ମାଗିଥିବାର ଦେଖାଯାଇଥିଲା। ତେବେ ଏହି ଘଟଣାରେ ଦୁଇ ପକ୍ଷରୁ କେହି ବି ପୋଲିସରେ ମାମଲା କରିନଥିଲେ। କିନ୍ତୁ ଭିଡିଓ ଭାଇରାଲ୍ ହେବା ପରେ ମାମଲାକୁ ଗୁରୁତର ସହ ନେଇ ପୋଲିସ ନିଜ ଆଡ଼ୁ ମାମଲା କରି ତଦନ୍ତ ଆରମ୍ଭ କରିଛି।
ଏନେଇ ପିଲୋସ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ଦୁଇ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ମାମଲା ହୋଇନାହିଁ। କିନ୍ତୁ ଭିଡିଓ ଯାଞ୍ଚ କରି ଘଟଣାର ସତ୍ୟସତ୍ୟ ଯାଞ୍ଚ କରାଯାଉଛି। ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ସୂଚନା ଥାଉକି ମାୟା ଶଙ୍କର ପାଠକ ୧୯୯୧ ମସିରାହେର ବାରାଣସୀ ଚିରଇଗାଁ ବିଧାନସଭା ନିର୍ବାଚନମଣ୍ଡଳିରୁ ବିଜେପି ଟିକେଟ୍ରେ ନିର୍ବାଚନ ଜିତି ବିଧାୟକ ହୋଇଥିଲେ।