ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପରଲୋକ

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କର ଆଜି ଦେହାନ୍ତ ହୋଇଛି । ଦିଲ୍ଲୀରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା।

ଜଗନ୍ନାଥଙ୍କ ବିୟୋଗରେ ବିହାରରେ ୩ ଦିନିଆ ରାଜକୀୟ ଶୋକ ପାଳନ କରିବାକୁ ବିହାର ସରକାର ଘୋଷଣା କରିଛନ୍ତି। ସେ ବିହାରର ଶେଷ କଂଗ୍ରେସ ମୁଖ୍ୟମନ୍ତ୍ରୀ ଥିଲେ। ଇନ୍ଦିରା ଗାନ୍ଧି ସରକାରରେ ସେ ରେଳମନ୍ତ୍ରୀ ଭାବରେ ଦାୟିତ୍ୱ ସମ୍ଭାଳିଥିଲେ।

ଜଗନ୍ନାଥ ମିଶ୍ର ବିହାରରୁ ତିନି ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୭୫ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ୧୯୮୦ରେ ଦ୍ୱିତୀୟ ଥର ଏବଂ ଅନ୍ତିମ ଥର ୧୯୮୯ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଛୋଟ ବେଳୁ ରାଜନୀତିରେ ତାଙ୍କର ରୁଚି ଥିଲା।

ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ଏକ କଲେଜର ପ୍ରଫେସର ଭାବେ କାମ କରୁଥିଲେ। ଏହାପରେ ସେ କଂଗ୍ରେସରେ ଯୋଗ ଦେଇ ତାଙ୍କର ରାଜନୀତିକ ଇନିଂସ ଆରମ୍ଭ କରିଥିଲେ।

ବିହାରରେ ଜଣେ ବଡ଼ ନେତା ଭାବରେ ଜଗନ୍ନାଥ ମିଶ୍ରଙ୍କୁ ଗଣାଯାଏ। ସେ ବିହାରର ପ୍ରତି ପଞ୍ଚାୟତ ସହ ଜଡ଼ିତ ଥିବା ନେତା ଥିଲେ।

ଆହୁରି ପଢ଼ନ୍ତୁ

୨୦୧୯ରେ ୨୦୫୦ ଥର ଅସ୍ତ୍ରବିରତୀ ଉଲ୍ଲଙ୍ଘନ କଲାଣି ପାକିସ୍ତାନ; ଗଲାଣି ୨୧ ଜୀବନ

ପାକିସ୍ତାନ ବିରୋଧରେ ମିଛ ପ୍ରଚାର କରୁଛନ୍ତି ଭାରତ ସରକାର; ଶରଦ ପାୱାର୍

ଆନ୍ଧ୍ର ଡଙ୍ଗାବୁଡ଼ିରେ ମୃତ୍ୟୁ ସଂଖ୍ୟା ୧୨ ଛୁଇଁଲା; ଆହୁରି ବଢ଼ିପାରେ

ଭାରତ ସହ ଯୁଦ୍ଧ ହେଲେ ପାକିସ୍ତାନ ହାରିବ: ଇମ୍ରାନ ଖାନ୍

ଚଳନ୍ତା ଗାଡ଼ିରେ ଏମିତି ଟାୟାର ବଦଳାଇଲେ ଯୁବକ, ଭିଡିଓ ଭାଇରାଲ

ପୂଜା ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ଭେଟି

ଓସାମା ବିନ୍ ଲାଡେନ୍‌ ପୁଅ ହମଜା ବିନ୍ ଲାଡେନ ନିହତ

ନୂଆ ଅସ୍ତ୍ରଶସ୍ତ୍ର ଓ ଉପକରଣ ଲାଗି ୪୦ ହଜାର କୋଟି ଦାବି କଲା ବାୟୁସେନା

ସନ୍ଧାନୀ କୁକୁର ‘ଡଚ୍‌’କୁ ଭାରତୀୟ ସେନାର ଶ୍ରଦ୍ଧାଞ୍ଜଳି

ତୈଳ କମ୍ପାନୀ ଉପରେ ଡ୍ରୋନ୍‌ ଆକ୍ରମଣ

ଏମିତି ବି ଆସେ ମୃତ୍ୟୁ: ନାଗିନ୍‌ ଡ୍ୟାନ୍ସ କରୁଥିବା ବେଳେ ଉଡ଼ିଗଲା ପ୍ରାଣବାୟୁ

ଭାରତରେ ହେବ ଶପିଂ ଫେଷ୍ଟିଭାଲ

You might also like