LOC ନିକଟରେ ଜଳୁଛି ଜଙ୍ଗଲ; ଏହା ପାକିସ୍ତାନର ନୂଆ ଷଡ଼ଯନ୍ତ୍ର ନୁହେଁ ତ ?

କଶ୍ମୀର: ପାକିସ୍ତାନ ସୀମାରେ ଥିବା ଜଙ୍ଗଲରେ ନିଆଁ  ଲାଗିଛି। କଶ୍ମୀରର ପୁଞ୍ଚ ଜିଲ୍ଲାର ସାମ୍ନାରେ ଥିବା ମନକୋଟ ସେକ୍ଟର ବିଗତ ଚାରି ଦିନ ହେବ ଜଳୁଛି । ଅଗ୍ନିକାଣ୍ଡ ଯୋଗୁ ବିସ୍ଫୋରଣ ହୋଇଥିବା ସୂଚନା ରହିଛି। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପାକିସ୍ତାନର ସେନା ଅଧିକାରୀ ଓ ଦମକଳ ବାହିନୀ ନିୟୋଜିତ ରହିଛନ୍ତି। ଏହା ପୂର୍ବରୁ ସୀମାର ଆର ପାର୍ଶ୍ୱରେ ଅଗ୍ନିକାଣ୍ଡ ଘଟିବାରୁ ଭାରତ ସୀମାରେ ଥିବା ରାଜାରେୀ ଝଙ୍ଗଡ, ଲାମ, କାଲାଲ, ମଞ୍ଜାକୋଟ ଏବଂ କୃଷ୍ଣା ଘାଟିରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।

ତେବେ କେମିତି ଲାଗିଲା ଏହି ନିଆଁ ? ଏହା ପଛରେ ପାକିସ୍ତାନର କିଛି ନୂଆ ଷଡଯନ୍ତ୍ର ନାହିଁ ତ ! ଭାରତୀୟ ସେନାକୁ ଲକ୍ଷ୍ୟ ଭ୍ରଷ୍ଟ କରିବା ଏହାର ଉଦ୍ଦେଶ୍ୟ ନୁହେଁ ତ ? ଏମିତି ଅନେକ ପ୍ରଶ୍ନ ଆସେ ମନକୁ।

ଏକଥା ମଧ୍ୟ କୁହାଯାଉଛି, ଭାରତରେ ଅନୁପ୍ରବେଶ କରିବାକୁ ପାକିସ୍ତାନ ଏପରି  ଷଡ଼ଯନ୍ତ୍ର ରଚିଛି। କାରଣ ଜଙ୍ଗଲରେ ଦୁଇ କିଲୋମିଟର ଭିତରେ ଥିବା ଗଛ, ଲତା ଆଦି ଜଳିଗଲେ ନୂଆ ରାସ୍ତା କିମ୍ୱା ଷୁଢ଼ଙ୍ଗ ମିଳିବ ବୋଲି ପାକିସ୍ତାନ ଆଶା କରିଛି। ଯେହେତୁ ଏହା ପାକିସ୍ତାନ ସୀମାରେ ରହିଛି ତେଣୁ ଆବଶ୍ୟକ ପଡ଼ିଲେ ଷୁଢ଼ଙ୍ଗ ଖୋଳିବା ପାଇଁ କୌଣସି ସମସ୍ୟା ରହିବ ନାହିଁ ବୋଲି ଚର୍ଚ୍ଚା ହେଉଛି।

ଜମ୍ମୁ କଶ୍ମୀରରେ ୬ ମାସ ମଧ୍ୟରେ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିବା ପରେ ଆତଙ୍କବାଦୀଙ୍କ ସବୁ ଯୋଜନାକୁ ପଣ୍ଡ କରି ଦେଉଛନ୍ତି ଭାରତୀୟ ଯବାନ। ତେଣୁ ବହୁ ପରିମାଣରେ ଆତଙ୍କବାଦୀ ଅନୁପ୍ରବେଶ କରାଇବା ପାଇଁ ଚିନ୍ତା କରୁଛି ପାକିସ୍ତାନ। ଏଥିପାଇଁ ପାକିସ୍ତାନ ନିୟନ୍ତ୍ରଣରେ ଥିବା ସୀମାରେ ନିଆଁ ଲଗାଇ ଦିଆଯାଇଥିବା ସୂଚନା ରହିଛି। ସେନାର ଧ୍ୟାନ ଆକର୍ଷଣ କରି ଗଳାବାଟରେ ଆତଙ୍କବାଦୀ ଅନୁପ୍ରବେଶ କରାଇବାକୁ ପାକିସ୍ତାନ ଷଡ଼ଯନ୍ତ୍ର କରିଥିବା ସୂଚନା ରହିଛି।

ଆହୁରି ପଢ଼ନ୍ତୁ

ଗାଁ ଭିତରେ ଅଳିଆ ଫିଙ୍ଗିଥିବାରୁ କରନ୍‌ ଜୋହରଙ୍କୁ କ୍ଷମା ମାଗିବାକୁ କହିଲେ ଗୋଆ ସରକାର

ପ୍ରଧାନମନ୍ତ୍ରୀ ଦେଲେ ପ୍ରତିଶ୍ରୁତି-ସମସ୍ତଙ୍କୁ ଟିକା ମିଳିବ, କେହି ବାଦ୍‌ ପଡ଼ିବେନି

ଜୁଲାଇ ସୁଦ୍ଧା ୧୦କୋଟି ଲୋକଙ୍କୁ ମିଳିପାରିବ କରୋନା ଟିକା

କୁକୁର ବନ୍ଧା ଚେନ୍‌ରେ ପତ୍ନୀଙ୍କ ଗଳା ଚିପି ହତ୍ୟା କଲେ ସ୍ୱାମୀ, ୨ ମାସ ତଳେ ହୋଇଥିଲା ଲଭ୍‌ ମ୍ୟାରେଜ୍

‘ମୁଁ ଦୁଷ୍କର୍ମର ଶିକାର ହୋଇଥାନ୍ତି, ମୋତେ ମାରି ଦିଆଯାଇ ଥାନ୍ତା’

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ କରୋନା

ବିହାର ଇଲେକ୍ସନ ପ୍ରଚାର; କାହାକୁ ଜଙ୍ଗଲ୍ ରାଜ୍‌ର ଯୁବରାଜ କହିଲେ ମୋଦି ?

କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଭୂତାଣୁ !

ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣା ବଢ଼ିଲା

ନିକିତା ତୋମାର ମର୍ଡର କେଶ୍‌କୁ ନେଇ ରାଜନୀତି କରାଯାଉଥିବା ଅଭିଯୋଗ

ଭୁଲ୍‌ ପାଇଁ ଟ୍ୱିଟରକୁ ଲିଖିତ ଉତ୍ତର ମାଗିଲା ସଂଯୁକ୍ତ ସଂସଦୀୟ କମିଟି

ଏନଡିଏ ଯାହା କହେ, ତାହା କରେ-ପ୍ରଧାନମନ୍ତ୍ରୀ

You might also like