ହାଥରସ ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇନି: ୟୁପି ପୋଲିସ

ଲକ୍ଷ୍ନୌ: ହାଥରସ ପୀଡ଼ିତାଙ୍କ ସହିତ ଦୁଷ୍କର୍ମ ହୋଇନି। ଉତ୍ତରପ୍ରଦେଶ ଏଡିଜି  ଲ’ଆଣ୍ଡ ଅର୍ଡର୍‌ ପ୍ରଶାନ୍ତ କୁମାର କହିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ଏଡିଜି କହିଛନ୍ତି “ ପୀଡ଼ିତାଙ୍କ ଫୋରେନ୍ସିକ ରିପୋର୍ଟେର କୌଣସି ସିମେନ୍‌(ଶୁକ୍ରାଣୁ)ର ଚିହ୍ନ ନାହିଁ। ଏଫ୍‌ଏସ୍‌ଏଲ୍‌(ଫେରେନ୍ସିକ ସାଇନ୍ସ ଲ୍ୟାବୋରେଟାରୀ) ରିପୋର୍ଟରେ ପୀଡ଼ିତାଙ୍କୁ ଦୁଷ୍କର୍ମ କରାଯାଇନାହିଁ ବୋଲି ସ୍ପଷ୍ଟ ହୋଇଛି। ତେଣୁ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ କେହି ଭୁଲ ସୂଚନା ଦେଇ ଜାତୀପ୍ରଥା ସମ୍ବନ୍ଧୀୟ ଅଶାନ୍ତିବାତାବାରଣ ସୃଷ୍ଟି କରିବା ପାଇଁ ଷଡ଼ଯନ୍ତ୍ର କରୁଛି। ଯେଉଁମାନେ ଭୁଲ ସୂଚନା ଦେଇ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁଛନ୍ତି ସେମାନଙ୍କ ବିରୋଧରେ କଡ଼ା ପଦେକ୍ଷେପ ନିଆଯିବ।” ବୋଲି ଏଡିଜି କହିଛନ୍ତି।

ସେ ଆହୁରି ମଧ୍ୟ ସୂଚନା ଦେଇ କହିଛନ୍ତି ଯେ ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ଭାଇ ସେପ୍ଟେମ୍ବର ୧୪ ତାରିଖରେ ସୂଚନା ଦେଇଥିଲେ। ତେବେ ଗୁରୁବାର ମିଳିଥିବା ଏକ ଭିଡିଓରୁ ଜଣାପଡ଼ୁଛି ଯେ ପୀଡ଼ିତାଙ୍କ ଜିଭ କଟାଇଯାଇ ନଥିଲା।

ଉତ୍ତରପ୍ରଦେଶର ହଥରସରେ ୧୯ ବର୍ଷୀୟ ଯୁବତୀଙ୍କୁ କିଛି ଲୋକ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ସେତେବେଳେ ସେ ତାଙ୍କ ପରିବାର ସହିତ କ୍ଷେତରେ କାମ କରୁଥିଲେ। ଏହାପରେ ପୀଡ଼ିତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ମଙ୍ଗଳବାର ଦିଲ୍ଲୀର ଏକ ହସ୍‌ପିଟାଲରେ ହିଁ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା। ପରେ ପୋଲିସ ପୀଡ଼ିତାଙ୍କ ଶବ ସଂସ୍କାର କରିବା ପରେ ବିବାଦ ଆହୁରି ଘନେଇଥିଲା।  ତେବେ ଏହି ଘଟଣାରେ ଦ୍ୱିତୀୟ ମାମଲା ରୁଜୁ ହେବା ପରେ ଆହୁରି ୩ ଜଣଙ୍କୁ ଗିରଫ କରାଯାଇଛି।

 

 

ଆହୁରି ପଢ଼ନ୍ତୁ

୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

ଦିୱାଲିରେ ଏହିସବୁ ସ୍ମାର୍ଟଫୋନ୍‌ ଉପରେ ମିଳୁଛି ବମ୍ପର ଅଫର୍‌

କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟକ ହେବ ବିସିଜି ଟିକା

ବିବାହ ଉତ୍ସବରେ ଯୋଗଦେଇ ଫେରୁ ଥିବାବେଳେ ଓଲଟିଲା ଭ୍ୟାନ୍‌; ୬ ମୃତ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

You might also like