ଦେଶରେ ପ୍ରଥମଥର ଘଟିଲା ଏଭଳି ଘଟଣା: ୨୪ ଘଣ୍ଟାରେ ଗଲା ୬୨ ଜୀବନ

ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟା ମଧ୍ୟରେ ୬୨କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହା ପୂର୍ବରୁ କେବେ ହୋଇନଥିଲା।  ୨୪ ଘଣ୍ଟା ସମୟସୀମା ଭିତରେ ଏହା ସର୍ବାଧିକ ମୃତ୍ୟୁ ହାର। ଏଥିସହିତ ଗତ ୨୪ ଘଣ୍ଟା ମଧ୍ୟରେ ୧୫୪୩ ଜଣ ନୂଆ ପଜିଟିଭ ଚିହ୍ନଟ ସହ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨୯ ହଜାର ୪୩୫ରେ ପହଞ୍ଚିଛି।

ଗତକାଲି ଗୋଟିଏ ଦିନରେ ୬୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସମୁଦୟ ୬ ହଜାର ୮୬୮ଜଣ ସୁସ୍ଥ ହେବା ସହ ଆରୋଗ୍ୟ ହାର ୨୩.୩%କୁ ବୃଦ୍ଧି ପାଇଛି।

ସେପଟେ କରୋନା ଚିକିତ୍ସା ନେଇ ପ୍ଲାଜମା ଥେରାପିକୁ ବେଆଇନ ବୋଲି କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ।
ପ୍ଲାଜମା ଥେରାପି ପରୀକ୍ଷାମୂଳକ ଭାବେ କେବଳ ଗବେଷଣା ପାଇଁ ଉଦ୍ଦିଷ୍ଟ। ଚିକିତ୍ସା କ୍ଷେତ୍ରରେ ଏହାର ଉପଯୋଗ ନେଇ କିଛି ସ୍ପଷ୍ଟ କରାଯାଇନଥିବା ଏବଂ ଆଇସିଏମ୍ଆର୍ ଏହାକୁ ନଆପଣେଇବାକୁ ପରାମର୍ଶ ଦେଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଆଜି ସୂଚନା ଦେଇଛନ୍ତି। ଏହାର ଭୁଲ୍ ପ୍ରୟୋଗରେ ରୋଗୀର ଜୀବନପ୍ରତି ବିପଦ ବୋଲି ସେ ଚେତାଇଛନ୍ତି।

ସେପଟେ କରୋନା ଆକ୍ରାନ୍ତଙ୍କ ଲାଗି ଆଜି ହୋମ୍ କ୍ୱାରେଣ୍ଟିନ୍ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର। ଏଥିରେ ସାମାନ୍ୟ ଲକ୍ଷଣ ଥିବା ଆକ୍ରାନ୍ତ ଡାକ୍ତରଙ୍କ ପରାମର୍ଶ ପରେ ହୋମ୍ କ୍ୱାରେଣ୍ଟିନ୍‌ରେ ରହିପାରିବେ ବୋଲି ସୂଚନା ଦିଆଯାଇଛି।

ସଙ୍ଗରୋଧ ପାଇଁ ଘରେ ପର୍ଯ୍ୟାପ୍ତ ବ୍ୟବସ୍ଥା ଥିବା ଆବଶ୍ୟକ ପରିବାର ଲୋକଙ୍କ ସଂସ୍ପର୍ଶରେ ଯେପରି ନଆସିବେ ସେଥିଲାଗି ବ୍ୟବସ୍ଥା ରହିଥିବ ଅସୁସ୍ଥଙ୍କ ଯତ୍ନ ନେବାଲାଗି ଜଣେ ବ୍ୟକ୍ତି ୨୪ ଘଣ୍ଟା ଉପଲବ୍ଧ ରହିବା ଆବଶ୍ୟକ।

କ୍ୱାରେଣ୍ଟିନ୍ ସମୟରେ ହସ୍ପିଟାଲ ସହ ତାଙ୍କର ଯୋଗାଯୋଗ ରହିବା ଜରୁରୀ ଯତ୍ନ ନେଉଥିବା ବ୍ୟକ୍ତି ଏବଂ ସଂପର୍କୀୟ ଚିକିତ୍ସା କରୁଥିବା ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହାଇଡ୍ରୋକ୍ସି କ୍ଲୋରୋକ୍ୱିନ୍ ସେବନ କରିପାରିବେ ବୋଲି ଗାଇଡ୍‌ଲାଇନରେ ଉଲ୍ଲେଖ ଅଛି। ଆକ୍ରାନ୍ତ ପ୍ରତିଦିନ ନିଜ ସ୍ୱାସ୍ଥ୍ୟ ବାବଦରେ ଜିଲ୍ଲା ସର୍ଭେଲାନ୍ସ ଅଫିସରଙ୍କୁ ଅବଗତ କରାଇବାକୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

You might also like