କିଛି ଜିଲ୍ଲା ପାଇଁ ସାରା ଦେଶ ଏବେ ସଙ୍କଟରେ

ନୂଆଦିଲ୍ଲୀ: କିଛି ଜିଲ୍ଲା ପାଇଁ ଦେଶ ସଂକଟରେ। ଏକଥା କହିଛନ୍ତି ଡାକ୍ତର ଭିକେ ପଲ୍‌। ଦେଶରେ କରୋନା ସ୍ଥିତି ନେଇ ନୀତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍‌ କହିଛନ୍ତି ଦେଶର କିଛି ଜିଲ୍ଲାରେ ଅବସ୍ଥା ଚିନ୍ତାଜନକ। କିଛି ଜିଲ୍ଲା ପାଇଁ ସାରା ଦେଶ ସଂକଟରେ ପଡ଼ିବା ଆଶଙ୍କା ରହିଛି। ସେହିପରି ଦେଶର ୧୦ଟି ଜିଲ୍ଲାରେ ସର୍ବାଧିକ ଆକ୍ଟିଭ କେସ୍ ଥିବା କହିଛନ୍ତି ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। ସେ କହିଛନ୍ତି ଯେ ୧୦ଟିରୁ କେବଳ ମହାରାଷ୍ଟ୍ରର ୭ଟି ଜିଲ୍ଲା ରହିଛି। ସେହି ଜିଲ୍ଲାଗୁଡ଼ିକ ହେଲା- ପୁଣେ, ମୁମ୍ବାଇ, ନାଗପୁର, ଥାନେ, ନାସି, ଔରଙ୍ଗାବାଦ, ଅହମ୍ମଦନଗର, ବେଙ୍ଗଲୁର, ନାନ୍ଦେଡ଼, ଦିଲ୍ଲୀ। ଏହି ଜିଲ୍ଲାରେ ସର୍ବାଧିକ ଆକ୍ଟିଭ୍ କେସ୍ ରହିଛି।

ଦେଶରେ ଉପର ମୁହାଁ ରହିଛି କରୋନା ଗ୍ରାଫ୍। ୨୪ ଘଣ୍ଟାରେ ୫୬ ହଜାର ୨୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭୧ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଆକ୍ରାନ୍ତ ସଂଖ୍ୟା ୧ କୋଟି ୨୦ ଲକ୍ଷ ୯୫ ହଜାର ୮୫୫କୁ ବୃଦ୍ଧି ପାଇଛି। ସେହିପରି ଦେଶରେ ମୋଟ କରୋନା ଜନିତି ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୨ ହଜାର ୧୧୪କୁ ବୃଦ୍ଧି ପାଇଛି। ଏବେସୁଦ୍ଧା ସୁସ୍ଥ ହେଲେଣି ୧ କୋଟି ୧୩ ଲକ୍ଷ ୯୩ ହଜାର ୨୧ ଜଣ। ଆକ୍ଟିଭ୍‌ କେସ୍ ରହିଛି ୫ ଲକ୍ଷ ୪୦ ହଜାର ୭୨୦ ବୋଲି ସୂଚନା ମିଳିଛି। ସେହିପରି ବର୍ତ୍ତମାନ ସୁଦ୍ଧା ୬ କୋଟି ୧୧ ଲକ୍ଷ ୧୩ ହଜାର ୩୫୪ ଜଣ ଟିକା ନେଇସାରିଲେଣି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

You might also like