ପ୍ରେମିକାଙ୍କୁ ଦେଖା କରିବାକୁ ଯାଇ ୪ ବର୍ଷ ଜେଲରେ ରହିଲେ ପ୍ରେମିକ

ପ୍ରେମ ପହଞ୍ଚାଇ ଦେଲା ପାକିସ୍ତାନ

ବିଶାଖାପାଟଣା( ଯଶୋବନ୍ତ ନାରୟଣ ପାଢ଼ୀ): ସଫ୍ଟୱେୟାର ଇଞ୍ଜିନିୟର ରୂପେ କାର୍ଯ୍ୟକରୁଥିବା ସମୟରେ ପ୍ରଥମେ ଫେସବୁକରେ ପ୍ରେମ ହେଲା ଏବଂ ପରେ ନିଜ ପ୍ରେମିକାକୁ ମିଶିବା ପାଇଁ ପ୍ରେମିକ ଜଣକ ପାକିସ୍ତାନରେ ପହଞ୍ଚିଗଲେ। କେବଳ ସେଠାରେ ପହଞ୍ଚିଗଲେ ତାହା ନୁହେଁ ବରଂ ସେଠାରେ ୪ ବର୍ଷ ଜେଲରେ ରହିବା ପରେ ଏବେ ସ୍ୱଦେଶ ଫେରିଛନ୍ତି। ଏହିପରି ଏକ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ବାସିନ୍ଦା ଜଣେ ସଫ୍ଟୱେୟାର ଇଞ୍ଜିନିୟରଙ୍କସହ। ସୂଚନ ଅନୁଯାଇ ବିଶାଖାପାଟଣା ବାସିନ୍ଦା ୩୨ ବର୍ଷୀୟ ୱାଇଣ୍ଡମ.ପ୍ରଶାନ୍ତ ତେଲେଙ୍ଗାନାର ହାଇଦ୍ରାବାଦଠାରେ ଗୋଟିଏ ସଫ୍ଟୱେୟାର କମ୍ପାନୀରେ କାର୍ଯ୍ୟ କରୁଥିଲେ।ସେଠାରେ କାର୍ଯ୍ୟରତ ସମୟରେ ଫେସବୁକ୍‌ରେ ମଧ୍ୟପ୍ରଦେଶର ଜଣେ ଯୁବତୀଙ୍କ ସହ ତାଙ୍କର ବନ୍ଧୁତା ହେଲା। ଆଉ ବନ୍ଧୁତା ପରେ ପ୍ରେମରେ ପରିଣତ ହୋଇଥିଲା।

କେବଳ ଯେ, ପ୍ରେମ ହେଲା ତାହା ନୁହେଁ ବରଂ ବିବାହ ପର୍ଯ୍ୟନ୍ତ କଥା ଯାଇଥିଲା।କିନ୍ତୁ ଯୁବତୀ ଜଣକ ସୁଇଜରଲାଣ୍ଡରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ରୂପେ କାର୍ଯ୍ୟକରୁଥିଲେ କିନ୍ତୁ ତାଙ୍କ ବାପା ମା ଭାରତରେ ରହୁଥିଲେ। ପ୍ରଶାନ୍ତ ଯୁବତୀଙ୍କ ବାପାମାଙ୍କୁ ଭାରତରେ ଭେଟିଥିଲେ ଏବଂ ସମସ୍ତ ବିବରଣୀ ପ୍ରଦାନ କରିଥିଲେ କିନ୍ତୁ ସେମାନେ ବିବାହ ପାଇଁ ଅମଙ୍ଗ ହେବାରୁ ପ୍ରଶାନ୍ତ ଯୁବତୀଙ୍କୁ ଭେଟିବା ପାଇଁସୁଇଜରଲାଣ୍ଡ ଯିବାକୁ ମନସ୍ଥ କରିଥିଲେ.।

କିନ୍ତୁ ସୁଇଜରଲାଣ୍ଡ ଯିବା ପାଇଁ ଅର୍ଥର ଅଭାବ ଥିଲା। ତେବେ ଏହାରି ମଧ୍ୟରେ ସେ ଗୁଗୁଲରୁ ଏକ ସୂଚନା ପାଇଥିଲେ ଯେ, ଯଦି ଭାରତରୁ ସେ ପାକିସ୍ତାନ ଦେଇ ସୁଇଜରଲାଣ୍ଡ ଯିବେ ତେବେ ଚାଲିଚାଲି ମାତ୍ର ୬୦ ଦିନରେ ସେ ସୁଇଜରଲ୍ୟାଣ୍ଡରେ ପହଂଚିଯିବେ।  ଏଥିପାଇଁ ସେ ୪ ବର୍ଷତଳେ ୨୦୧୭ ଏପ୍ରିଲ ୧୧ରେ ଘରେ କିଛି ନଜଣାଇ ଟ୍ରେନ ଯୋଗେ ରାଜସ୍ଥାନର ବିକାନିର ଯାଇଥିଲେ ଓ ସେଠାରୁ ସେ ଭାରତ-ପାକିସ୍ତାନ ସୀମାକୁ ଯାଇଥିଲେ ଓ ତାରବାଡ଼ ଡେଇଁ ପାକିସ୍ତାନରେ ପ୍ରବେଶ କରିଥିଲେ। ହେଲେ ଦୁଃଖର କଥା ହେଲା ସେ ପାକିସ୍ତାନରେ ପ୍ରବେଶ କରିବା ପରେ ଆଗକୁ ଆଉ ଯାଇପାରିନଥିଲେ। ତେବେ ବେଆଇନ ଭାବରେ ସେ ପ୍ରବେଶ କରିଥିବାରୁ ତାଙ୍କୁ ସେଠାକାର ପୋଲିସ ଗିରଫ ମଧ୍ୟ କରିଥିଲା। କିନ୍ତୁ ଏକଥା ପରିବାର ଲୋକେ କେହି ଜାଣିନଥିଲେ। ତେଣୁ ୨୦୧୭ ମସିହାରେ ତାଙ୍କର ନିଖୋଜ ମାମଲା ପୋଲିସରେ ଦାଖଲ କରିଥିଲେ। ଆଉ ପରେ ସୋସିଆଲ ମିଡ଼ିଆରୁ ପରିବାର  ଲୋକେ ଜାଣିବାକୁ ପାଇଥିଲେ କି ସେ ପାକିସ୍ତାନର ଜେଲରେ ଅଛନ୍ତି ବୋଲି। ପରେ ଏହ ସମ୍ପର୍କରେ ସ୍ଥାନୀୟ ପୋଲିସ ପକ୍ଷରୁ ଗୃହମନ୍ତ୍ରଣାଳୟ ସହ ଯୋଗାଯୋଗ କରାଯାଇଥିଲା। ତାଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ଚେଷ୍ଟା ବି କରାଯାଇଥିଲା।

ଭାରତ ସରକାରଙ୍କ ଦ୍ୱାରା ଅଭିଯୋଗ ପରେ ପାକିସ୍ଥାନ ସରକାର ପ୍ରଶାନ୍ତ ସମ୍ପର୍କରେ ସମ୍ପୂର୍ଣ ଯାଞ୍ଚ କରିଥିଲେ ଏବଂ ଦୀର୍ଘ ୪ ବର୍ଷ ପରେ ମେ ୩୧ ତାରିଖ ଦିନ ପ୍ରଶାନ୍ତଙ୍କୁ ପାକିସ୍ତାନ ଜେଲ କର୍ତ୍ତୃପକ୍ଷ ରିଲିଜ୍‌ କରିଥିଲେ, ପାକିସ୍ତାନର ଭବାଲପୁର ପୋଲିସ ତାଙ୍କୁ ୱାଘା-ଅଟ୍ଟାରୀ ବୋର୍ଡରେ ଭାରତୀୟ ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ।

ସେଠାରୁ ତେଲେଙ୍ଗାନା ପୋଲିସ ଅଧିକାରୀ ପ୍ରଶାନ୍ତକୁ ହାଇଦ୍ରାବାଦ ଆଣିଥିଲେ ଏବଂ ପ୍ରଶାନ୍ତ ବିଶାଖାପାଟଣାରେ ନିଜ ବାପାମାଙ୍କ ନିକଟକୁ ଫେରିଛନ୍ତି। ପ୍ରଶାନ୍ତ ପାକିସ୍ଥାନ ଜେଲରେ କାଟିଥିବା ୪ବର୍ଷର ସମ୍ପୂର୍ଣ ବିବବରଣୀ ମିଡ଼ିଆକୁ ଦେଇଥିଲେ ଏବଂ ସେ କହିଛନ୍ତି ଯେ ମୁ ଆଉ ବଂଚିଥିବା ଯାଏ ମୋ ବାପାମାଙ୍କୁ ଦେଖିପାରିବି ନାହିଁ ବୋଲି ଭାବିଥିଲି। କିନ୍ତୁ ତେଲେଙ୍ଗାନା ପୋଲିସ ଓ ଭାରତ ସରକାରଙ୍କ ପାଇଁ ମୁଁ ଆଜି ଫେରିଛି। ତେବେ ସତରେ ପ୍ରେମ ପାଇଁ ଜଣେ କେତେ ଯେ, ବଳିଦାନ ଦେଇପାରେ ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇଛି।

You might also like