ଆମେରିକାର ‘ଫାଇଜର’ ଫ୍ଲପ୍ ! ଡଲଟା ଭ୍ୟାରିଆଣ୍ଟ ବିରୋଧରେ ପ୍ରଭାବଶୂନ୍ୟ କହିଲେ ଚଳେ

ଭୁବନେଶ୍ୱର: ଭାରତରେ କାମ ଦେଉନି ଆମେରିକୀୟ କରୋନା ଟିକା ଫାଇଜର । ଭାରତରେ ଠାବ ହୋଇଥିବା କରୋନ ଭାଇରସର ଡେଲଟା ଭାରିଆଣ୍ଟ ବିରୋଧରେ କାମ ଦେଉନି ଆମେରିକୀୟ କରୋନା ଟିକା ଫାଇଜର । ଏକ ସର୍ଭେରୁ ଜଣାପଡ଼ିଛି ଯେ, ଡେଲଟା ଭ୍ୟାରିଏଣ୍ଟ ବିରୋଧରେ ଅନ୍ୟ ଭ୍ୟାକ୍ସିନ ଯେତିକି ମାତ୍ରାରେ ପ୍ରଭାବଶାଳୀ ସେତିକି ମାତ୍ରାରେ ଫାଇଜର ଦୁର୍ବଳ ବୋଲି ଜଣାପଡ଼ିଛି ।

ଯେଉଁମାନଙ୍କଠାରେ କରୋନାର ଡେଲଟା ଭାରିଆଣ୍ଟ ଠାବ ହୋଇଛି, ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଫାଇଜର ଟିକା ଦିଆଯାଇଥିଲା । ହେଲେ ଏହି ଟିକା ନେବା ପରେ ବି ସେମାନଙ୍କଠାରେ ମୂଳ ଭାରିଆଣ୍ଟ ତୁଳନାରେ ୫ ଗୁଣା କମ୍ ଆଣ୍ଟିବଡି ତିଆରି ହେଉଥିବା ଜଣାପଡ଼ିଛି । ଏନେଇ ଗବେଷଣାମୂଳକ ପତ୍ରିକା ଲାନସେଟର ଏକ ରିପୋର୍ଟରେ ପ୍ରକାଶ ପାଇଛି ।

ସର୍ଭେରୁ ଜଣାପଡ଼ିଛି ଯେ ଫାଇଜର ଟିକାର ଦୁଇଟି ଯାକ ଡୋଜ ନେଇଥିବା ବ୍ୟକ୍ତି କରୋନାର ମୂଳ ଭାଇରସ ତୁଳନାରେ ଡେଲଟା ଭାରିଆଣ୍ଟ କ୍ଷେତ୍ରରେ ଦୁର୍ବଳ ପ୍ରଦର୍ଶନ କରିଛି । ଏହାପରେ ଆଗାମୀ ଦିନରେ ଟିକା ନିର୍ମାତା ଫାଇଜର ଓ ବାୟୋଏନଟେକ୍ କମ୍ପାନୀ ଏହାର ବୁଷ୍ଟର ଡୋଜ୍ ସମ୍ପର୍କରେ ଯୋଜନା କରୁଛି । ଅନ୍ୟପଟେ ଏହି ଟିକାର ପ୍ରଭାବ ବଢ଼ାଇବାକୁ ହେଲେ ଦୁଇଟି ଡୋଜ ମଧ୍ୟରେ ଅନ୍ତର କମାଇବାକୁ ପଡ଼ିବ । ଯଦି କମ ଅନ୍ତରରେ ଟିକା ଦିଆଯାଏ ତେବେ କିଛି ମାତ୍ରାରେ ଫାଇଜର ଟିକାର ପ୍ରଭାବ ଡେଲଟା ଭ୍ୟାରିଆଣ୍ଟ ବିରୋଧରେ ବଢ଼ିପାରେ ବୋଲି ଆଶା କରାଯାଉଛି ।

ଏହି ସର୍ଭେ ରିପୋର୍ଟ ଅନୁସାରେ କରୋନାର ମୂଳ ଭାରିଆଣ୍ଟ ବିରୋଧରେ ଫାଇଜରର ଗୋଟିଏ ଡୋଜ୍ ଟିକା ୭୯ ପ୍ରତିଶତ ଲୋକଙ୍କଠାରେ ଆବଶ୍ୟକ ଅନୁଯାୟୀ ଆଣ୍ଟିବଡ଼ି ତିଆରି କରିପାରୁଥିଲା । କିନ୍ତୁ ଆଲଫା ଭାରିଆଣ୍ଟ କ୍ଷେତ୍ରରେ ଏହା ମାତ୍ର ୫୦ ପ୍ରତିଶତ, ଡେଲଟା କ୍ଷେତ୍ରରେ ୩୨ ପ୍ରତିଶତ ଏବଂ ବେଟା ଭାରିଆଣ୍ଟ କ୍ଷେତ୍ରରେ ୨୫ ପ୍ରତିଶତ ଆଣ୍ଟିବଡ଼ି ତିଆରି କରିପାରୁଛି । ସେହିଭଳି ବୟସ ବଢ଼ିବା ତୁଳନାରେ ଆଣ୍ଟିବଡ଼ିର ପରିମାଣ ମଧ୍ୟ କମି କମି ଯାଉଥିବା ଅନୁଧ୍ୟାନରୁ ଜଣାପଡ଼ିଛି ।

ଅନ୍ୟପଟେ ଦେଶରେ କରୋନା ଟିକା ସ୍ପୁଟନିକ-ଭି ଉତ୍ପାଦନ ନେଇ ସେରମ ଇନଷ୍ଟିଚ୍ୟୁଟକୁ DCGI ପକ୍ଷରୁ ଅନୁମତି ମିଳିସାରିଛି । ଋଷର ଏହି ସ୍ପୁଟନିକ-ଭି ଟିକା ଭାରତରେ ଦେଖାଯାଉଥିବା କରୋନାର ବିଭିନ୍ନ ଭ୍ୟାରିଆଣ୍ଟ ବିରୋଧରେ ସବୁଠ ଅଧିକ ପ୍ରଭାବଶାଳୀ ବୋଲି କୁହାଯାଉଛି । ପୂର୍ବରୁ ସ୍ପୁଟନିକ-ଭି ଟିକା ଭାରତରେ କେବଳ ଡ. ରେଡ୍ଡୀ ଲ୍ୟାବ ଉତ୍ପାଦନ କରୁଥିଲା ଏବଂ ବଣ୍ଟନ ଦାୟିତ୍ୱ ନେଇଥିଲା । ହେଲେ ଏବେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ସ୍ପୁଟନିକ୍-ଭି ଟିକା ଉତ୍ପାଦନ କରିବା ସହ ଏହା ଉପରେ ଗବେଷଣା ମଧ୍ୟ କରିବାକୁ ଅନୁମତି ପାଇଛି ।

You might also like