ପୁନେରେ ଏମିତି ବି ତିଆରି ହୋଇଛନ୍ତି ଗଣେଶ

ପୁନେ: ସାରା ଦେଶରେ ଗଣେଶ ପୂଜା ଧୁମ୍‌ଧାମ୍‌ରେ ପାଳିତ ହୋଇଛି। କେଉଁଠି ଧାନରେ ଗଣେଶ ତ କେଉଁଠି ତିଳ ବା ବିରି ଚାଉଳରେ ଗଣେଶ। ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ମୂର୍ତ୍ତି ସାଙ୍ଗକୁ ତୋରଣ ମଧ୍ୟ ନିର୍ମାଣ କରାଯାଇଛି।

ତେବେ ପୁନେରେ ଏକ ଦୋକାନରେ ଏକ ଭିନ୍ନ ପ୍ରକାରର ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇଛି। ଇକୋ ଫ୍ରେଣ୍ଡଲି ଥିମ୍‌କୁ ନେଇ ଗୁପ୍‌ଚୁପ୍‌ରେ ଏହି ମୂର୍ତ୍ତିଟି ତିଆରି ହୋଇଛି। ମୂର୍ତ୍ତିଟି ୧୦ ହଜାର ଗୁପ୍‌ଚୁପ୍‌ ଓ ବାଉଁଶ କାଠିକୁ ନେଇ ତିଆରି ହୋଇଛି।

ଏଭଳି ଅଭିନବ ଉପାୟରେ ଗଣେଶଙ୍କ ମୂର୍ତ୍ତି ତିଆରି କରିବା ବୁଦ୍ଧି ‘ଗଣେଶ ଭେଲ୍‌’ର ମାଲିକ ରମେଶ ଗୁଡ୍‌ମେୱାରଙ୍କ ମୁଣ୍ଡକୁ ଜୁଟିଥିଲା। ବିସ୍କୁଟରେ ଗଣେଶ ମୂର୍ତ୍ତି ତିଆରି ହେବା ଦେଖି ଏଭଳି ବୁଦ୍ଧି ତାଙ୍କ ମୁଣ୍ଡକୁ ଆସିଥିଲା।

ଏହି ମୂର୍ତ୍ତିକୁ ନିର୍ମାଣ କରିବାପାଇଁ ୧୦୦ ଘଣ୍ଟା ସମୟ ଲାଗିଥିଲା। ଏହା ଯେପରି ଖରାପ ନହେବ ସେଥିପାଇଁ ଗୁପ୍‌ଚୁପ୍‌କୁ କଡ଼ା କରି ଛଣା ଯାଇଥିଲା ବୋଲି ଏହାକୁ ନିର୍ମାଣ କରିଥିବା ଆର୍ଟିଷ୍ଟ୍‌ ପ୍ରଶାନ୍ତ ସାଲୁଙ୍ଖେ କହିଛନ୍ତି।

 

 

You might also like