ଆଜି ପୁଣି ୪ ଟା ବେଳେ ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପୁଣି ୪ ବେଳେ ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ର ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ଘୋଷଣା କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରବାସୀ  ଶ୍ରମିକ, ସ୍ୱ ରୋଜଗାରୀ ବ୍ୟକ୍ତି  ଓ ରାସ୍ତାକଡ଼ ଦୋକାନୀଙ୍କ ପାଇଁ ଆଜିର ପ୍ୟାକେଜ୍‌ର ଘୋଷଣା ହୋଇଛି। ଆଜି ୯ ଷ୍ଟେପରେ ଏହି ଅର୍ଥ ରାଶି ଘୋଷଣା କରାଯିବ। ସେଥିମଧ୍ୟରୁ ୩ଟି ପ୍ରବାସୀ ଶ୍ରମିକ ସମ୍ପର୍କରେ, ୧ଟି ହାଉସିଂ ପାଇଁ, ୧ଟି ରାସ୍ତାକଡ଼ ଦୋକାନୀ, ୨ଟି କ୍ଷୁଦ୍ର କୃଷି, ୧ଟି ଆଦିବାସୀ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଓ ୧ଟି ମୁଦ୍ରା ଯୋଜନାରେ ଶିଶୁ ଋଣ କ୍ଷେତ୍ରରେ ଅର୍ଥ ରାଶୀ ଘୋଷଣା ହେବ।

ପ୍ରବାସୀ  ଶ୍ରମିକ, ସ୍ୱ ରୋଜଗାରୀ ବ୍ୟକ୍ତି , ରାସ୍ତାକଡ଼ ଦୋକାନୀଙ୍କ ଓ କ୍ଷୁଦ୍ର ଚାଷୀ ଆଦି ୯ ଟି ଷ୍ଟେପ୍‌ରେ ଆଜିର ଘୋଷଣା ହେଉଛି। ୨୫ ଲକ୍ଷ ନୂଆ କିଷାନ କାର୍ଡଧାରୀଙ୍କୁ ୨୫ ହଜାର କୋଟିର ଋଣ ଦିଆଯିବ।

ଗତକାଲି ପ୍ରଥମ ପର୍ଯ୍ୟା ଆର୍ଥିକ ଘୋଷଣାରେ MSME  ପାଇଁ ୩ ଲକ୍ଷ କୋଟି ଟଙ୍କାର ଋଣ ଦେବାକୁ ଘୋଷଣା ହୋଇଥିଲା। ବାର୍ଷିକ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା କଂପାନିଗୁଡ଼ିକ ବିନା ଗ୍ୟାରେଣ୍ଟିରେ ଋଣ ଯୋଗାଣ ଲାଗି ଏହି ଋଣ ବ୍ୟବସ୍ଥା ହୋଇଥିଲା।  ଏଥିସହିତ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ବା ଇପିଏଫ୍ କ୍ଷେତ୍ରରେ ମଧ୍ୟ ୨ଟି ବଡ଼ ଘୋଷଣା କରିଥିଲେ। ସେହିପରି ଚଳିତ ଆର୍ଥିକ ବର୍ଷ ଲାଗି TDS ଏବଂ TCS ଦରକୁ ୨୫ ପ୍ରତିଶତ ହ୍ରାସ କରାଯାଇଥିଲା। ଏଥିସହିତ ରିୟଲି ଇଷ୍ଟେଟ୍‌ ଓ ବିଦ୍ୟୁତ୍‌ ବିଭାଗ ପାଇଁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଘୋଷଣା ହୋଇ ସାରିଛି।

କରୋନା ମାଡ଼ରେ ଦୋହଲି ଯାଇଥିବା ଦେଶର ଅର୍ଥନୀତି ଓ ଆର୍ଥିକ ଦୁରାବସ୍ଥାରେ ସୁଧାର ଆଣିବାକୁ ମଙ୍ଗଳାବାର ୨୦ ଲକ୍ଷ କୋଟିର ବୃହତ ପ୍ୟାକେଜ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ଦେଶର ଜିଡିପିର ୧୦ ପ୍ରତିଶତ।

ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଯୋଜନାରେ ଏହି ଆର୍ଥିକ ପ୍ୟାକେଜ୍ ବଡ଼ ଭୂମିକା ରଖିବ ବୋଲି ମୋଦି କହିଥିଲେ। ସେହିଭଳି ଆଞ୍ଚଳିକ ସ୍ତରରେ ଉତ୍ପାଦନ ଓ ଆଞ୍ଚଳିକ ସ୍ତରରେ ଆତ୍ମନିର୍ଭଶୀଳତା ଉପରେ ଜୋର ଦେଇଥିଲେ ପ୍ରଧାନମନ୍ତ୍ରୀ।

 

ଆହୁରି ପଢ଼ନ୍ତୁ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

‘ମୋଦି-ଟ୍ରମ୍ପ୍‌ଙ୍କ ସମ୍ପର୍କ ଅତି ନିବିଡ଼’

କମଳନାଥଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଇମରତୀ ଦେବୀ, କହିଲେ….

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ପାକିସ୍ତାନରେ ତେଜୁଛି ବିରୋଧୀଙ୍କ ସ୍ୱର: କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଉଠାଇ ନେଲା‌ ପୋଲିସ

ଆତ୍ମଘାତୀ କାର୍‌ ବିସ୍ଫୋରଣରେ ୧୨ ମୃତ, ୧୨୦ ଆହତ

ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

ମିଜୋରାମ-ଆସାମ ସୀମାନ୍ତରେ ବଢୁଛି ଉତ୍ତେଜନା, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଗ୍ୟାଙ୍ଗଷ୍ଟର ଟାଇଗରକୁ ମାରିଦେଲେ

You might also like