ଆଉ କିଛି ସମୟ ପରେ ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍ ସମ୍ପର୍କରେ ତଥ୍ୟ ଦବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କରୋନା କବଳିତ ଭାରତ ପାଇଁ ଘୋଷଣା ହୋଇଥିବା ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍ ସମ୍ପର୍କରେ ଆଜି ସବିଶେଷ ତଥ୍ୟ ରଖିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଆଜି ଅପରାହ୍ଣ ୪ଟାରେ ଗଣମାଧ୍ୟମକୁ ସମ୍ବୋଧିତ କରି ବିସ୍ତୃତ ରୂପରେଖ ସମ୍ପର୍କରେ ସୂଚନା ଦେବେ ସୀତାରମଣ।

କରୋନା ମାଡ଼ରେ ଦୋହଲି ଯାଇଥିବା ଦେଶର ଅର୍ଥନୀତି ଓ ଆର୍ଥିକ ଦୁରାବସ୍ଥାରେ ସୁଧାର ଆଣିବାକୁ ଏହି ବୃହତ ପ୍ୟାକେଜ ଘୋଷଣା କରାଯାଇଛି। ଏହା ହେଉଛି ଦେଶର ଜିଡିପିର ୧୦ ପ୍ରତିଶତ।

ଏହି ସ୍ୱତନ୍ତ୍ର ପ୍ୟାକେଜ୍ କ୍ଷୁଦ୍ର ଓ କୁଟୀର ଶିଳ୍ପ, ଘରୋଇ ଉଦ୍ୟୋଗକୁ ବଳ ଯୋଗାଇବ ବୋଲି ଗତକାଲି ଦେଶବାସୀଙ୍କୁ ସମ୍ବୋଧନ ବେଳେ କହିଥିଲେ ପ୍ରଧାନମନ୍ତ୍ରୀ।

ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଯୋଜନାରେ ଏହି ଆର୍ଥିକ ପ୍ୟାକେଜ୍ ବଡ଼ ଭୂମିକା ରଖିବ ବୋଲି ମୋଦି କହିଛନ୍ତି। ସେହିଭଳି ଆଞ୍ଚଳିକ ସ୍ତରରେ ଉତ୍ପାଦନ ଓ ଆଞ୍ଚଳିକ ସ୍ତରରେ ଆତ୍ମନିର୍ଭଶୀଳତା ଉପରେ ଜୋର ଦେଇଛନ୍ତି ପ୍ରଧାନମନ୍ତ୍ରୀ।

You might also like