ବନ୍ୟା ସ୍ଥିତି ଅସମ୍ଭାଳ! ସୁରଜଗଡ଼ ଓ କଲମାରେ ବିପଦ ସଂକେତ ଉପରେ ବହୁଛି ମହାନଦୀ

ନୂଆଦିଲ୍ଲୀ: କେବଳ ଓଡ଼ିଶା ନୁହେଁ, ଛତିଶଗଡ଼ରେ ବି ଦେଖିବାକୁ ମିଳିଛି ବନ୍ୟାର ପ୍ରକୋପ। ଛତିଶଗଡ଼ରେ ମହାନଦୀ ବିପଦସଂକେତ ଉପରେ ପ୍ରବାହିତ। ଯାହା ପୂର୍ବ ରେକର୍ଡକୁ ଭାଙ୍ଗି ଦେଇଛି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରୀୟ ଜଳ ଆୟୋଗ।

ବନ୍ୟା ଓ ଜଳସ୍ତର ନେଇ କେନ୍ଦ୍ରୀୟ ଜଳ ଆୟୋଗ କହିଛନ୍ତି ଯେ ଛତିଶଗଡ଼ରେ ମହାନଦୀ ବିପଦସଂକେତ ଉପରେ ପ୍ରବାହିତ ହେଉଛି। ସୁରଜଗଡ଼ ଓ କଲମାରେ ବିପଦ ସଂକେତ ଉପରେ ମହାନଦୀ ବହୁଛି। ସୁରଜଗଡ଼ରେ ବିପଦ ସଂକେତ ଠାରୁ ୦.୮୪ ମିଟର ଉପରେ ମହାନଦୀ ବହୁଛି।୨୦୦୩ର ପୂର୍ବ ସର୍ବାଧିକ ୧୯୯.୯ ରେକର୍ଡ ଭାଙ୍ଗି ୨୦୦.୭୪ରେ ପ୍ରବାହିତ ହେଉଛି।

କଲମାରେ ବି ପୂର୍ବ ରେକର୍ଡ ଭାଙ୍ଗି ବିପଦ ସଂକେତ ଉପରେ ମହାନଦୀ ବହୁଛି। କଲମାରେ ବିପଦ ସଂକେତ ଠାରୁ ୧.୩୬ମିଟର ଉପରେ ମହାନଦୀ ବହୁଛି।

୨୦୧୮ରେ ଥିବା ପୂର୍ବ ରେକର୍ଡ ୨୦୧.୦୪ ମିଟର ରେକର୍ଡ ଭାଙ୍ଗି ଦେଇଛି। ଏବେ କଲମାରେ ମହାନଦୀର ଜଳସ୍ତର ରହିଛି ୨୦୨.୩୯ ମିଟର।ଉଭୟ ସ୍ଥାନରେ ଅତି ଭୟଙ୍କର ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରୀୟ ଜଳ ଆୟୋଗ।

ଆହୁରି ପଢ଼ନ୍ତୁ

ସରପଞ୍ଚ ଗଣିବେ ଲକ୍ଷେ ଟଙ୍କା ଫାଇନ୍‌

ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ଉପରକୁ ଆକ୍ରମଣ

ପରଲୋକରେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି; ଧରା ପଡ଼ିଲେ ଗଣିବେ ଫାଇନ୍‌

ଗାନ୍ଧି ଜୟନ୍ତୀରୁ ବିଜେଡିର କୋଭିଡ୍ ମହାମାରୀ ସଚେତନତା ଅଭିଯାନ

ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ର କପିକୁ ଚିରି ଦେଲେ ତାରା

ଗୃହରେ କୋଭିଡ ତାତି; କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ କାହିଁକି ଦିଆଯାଇଥିଲା ବୋଲି ପ୍ରଶ୍ନ କଲା ବିରୋଧୀ

ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ସଂଖ୍ୟା…

କମିବ ଘରୋଇ ସ୍କୁଲ୍‌ ଫି !

ଭୁବନେଶ୍ୱରରୁ ୩୨୯ ପଜିଟିଭ ଚିହ୍ନଟ ଓ ୩୯୫ ସୁସ୍ଥ

ହାଇକୋର୍ଟରେ ମାମଲା ଦାୟର କଲେ ସମ୍ବିତ ପାତ୍ର

You might also like