ଏକାଠି ହେଲେ ଫ୍ଲିପ୍‌କାର୍ଟ ଓ ଟାଟା ପ୍ରଡକ୍ଟସ୍‌: ଲକ୍‌ଡାଉନ୍‌ ସମୟରେ ଗ୍ରାହକଙ୍କୁ ଯୋଗାଇବେ ଅତ୍ୟାବଶ୍ୟକୀୟ ସାମଗ୍ରୀ

ବେଙ୍ଗାଲୁରୁ: ଦେଶରେ କୋଭିଡ୍-୧୯ ଭଳି ବିପତ୍ତି ସମୟରେ ଦେଶବାସୀଙ୍କୁ ଖାଦ୍ୟ ଓ ପାନୀୟ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବାକୁ ଆଗେଇ ଆସିଛନ୍ତି ଟାଟା ପ୍ରଡକ୍ଟ ଓ ଇ- କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟ। ଦେଶରେ ଚାଲିଥିବା ଲକ୍‌ଡାଉନ୍‌ ସ୍ଥିତି ସାମ୍ଭାବ୍ୟ ବୃଦ୍ଧି ନେଇ ଏହି ଦୁଇ କମ୍ପାନୀ ମିଳିତ ହୋଇ ଗ୍ରାହକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବାକୁ ନିଷ୍ପତ୍ତି ନେଇଥିବା ଉଭୟ କମ୍ପାନୀ ପକ୍ଷରୁ କୁହାଯାଇଛି।

ଫଳରେ ଦୁଇ କମ୍ପାନୀର ଆର୍ଥିକ ସ୍ଥିତିକୁ ମଜଭୁତ୍ ହେବା ସହିତ ସାମାଜିକ ଦୂରତ୍ୱ ପାଳନ କରୁଥିବା ଗ୍ରାହକଙ୍କୁ ମଧ୍ୟ ଏହି ନିଷ୍ପତ୍ତି ଖୁବ୍ ସହାୟ ହେବ। ତେବେ ଏଥିପାଇଁ ସରକାରଙ୍କର ସହଯୋଗ ଲୋଡ଼ିଛନ୍ତି କମ୍ପାନୀ।

ତେବେ ଦୁଇ କମ୍ପାନୀ ମିଶି କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ସେବା ଆରମ୍ଭ କରିଦେଲେଣି। ତେବେ ଆସନ୍ତା ସପ୍ତାହରେ ଦିଲ୍ଲୀ ଓ ମୁମ୍ବାଇରେ ସେବା ଯୋଗାଇ ଦେବାକୁ ଉଭୟ କମ୍ପାନୀ ପକ୍ଷରୁ ଯୋଜନା କରାଯାଉଛି। ଏହି ଅବସରରେ ଫ୍ଲିପ୍‌କାର୍ଟ ସିଇଓ କଲ୍ୟାଣ କ୍ରିଷ୍ଣମୂର୍ତ୍ତୀ କହିଛନ୍ତି, ସରକାର ଓ ଲୋକଙ୍କ ସହଯୋଗରେ ଏକ ନୂଆ ପ୍ରକାର ବ୍ୟବସାୟୀକ ଶୃଙ୍ଖଳ ମାଧ୍ୟରେ ଆମେ ଗ୍ରାହକଙ୍କୁ ସେବା ଯୋଗାଇ ଦେବାର ସକ୍ଷମ ହେବୁ।

You might also like