ଦିୱାଲିରେ ଏହିସବୁ ସ୍ମାର୍ଟଫୋନ୍‌ ଉପରେ ମିଳୁଛି ବମ୍ପର ଅଫର୍‌

ନୂଆଦିଲ୍ଲୀ: ଶପିଂ ପ୍ଲାଟ୍‌ଫର୍ମ ଫ୍ଲିପ୍‌କାର୍ଟରେ(Flipkart) ବିଗ୍‌ ଦିୱାଲି ସେଲ୍ ‌(Big Diwali Sale) ଗୁରୁବାର ଦିନଠୁ ଆରମ୍ଭ ହୋଇଯାଇଛି। ଏହା ନଭେମ୍ବର ୪ ପର୍ଯ୍ୟନ୍ତ ଚାଲିବ। ଫେଷ୍ଟିଭ୍‌ ସିଜନ୍‌କୁ ଦୃଷ୍ଟିରେ ରଖି ଫ୍ଲିପ୍‌କାର୍ଟ ଗ୍ରାହକଙ୍କ ପାଇଁ ଜବରଦସ୍ତ ଅଫର ଆଣିଛି।

ଜାଣନ୍ତୁ ଫ୍ଲିପ୍‌କାର୍ଟର Big Diwali Saleରେ କେଉଁ ସବୁ ସ୍ମାର୍ଟଫୋନ୍‌ରେ କ’ଣ ସବୁ ଅଫର ରହିଛି…

iPhone SE

iPhone SE ର ସବୁଠୁ ଅଧିକ ଡିମାଣ୍ଡ ଦେଖିବାକୁ ମିଳିଛି। ଫ୍ଲିପ୍‌କାର୍ଟର ନୂଆ ସେଲ୍‌ରେ ଏହି ଫୋନ୍‌ ୩୨,୯୯୯ ଟଙ୍କାରେ ବିକ୍ରି ହେଉଛି। ଏହାର ପ୍ରକୃତ ଦାମ୍‌ ୪୨,୫୦୦ ଟଙ୍କା।

iPhone XR

iPhone XR ଫୋନ୍‌ରେ ଆପଣଙ୍କୁ ୧୨,୫୦୦ଟଙ୍କାର ଛାଡ଼୍‌ ମିଳିବ। ଏହି ଫୋନ୍‌ର ପ୍ରକୃତ ଦାମ ୫୨,୫୦୦ ଟଙ୍କା। ଏବେ ଏହା ୩୯,୯୯୯ ଟଙ୍କାରେ ମିଳୁଛି।

LG G8x

୭୦,୦୦୦ ଟଙ୍କାର LG G8x ଫୋନ୍ଆପଣଙ୍କୁ ୨୪,୯୯୦ ଟଙ୍କାରେ ମିଳିବ। ୬ ଜିବି RAM ଓ ୧୨୮ ଜିବି ଇଣ୍ଟରନାଲ୍‌ ଷ୍ଟୋରେଜ୍‌ ଥିବା ଏହି ଫୋନ୍‌ରେ ଆପଣଙ୍କୁ ୪୫ ହଜାର ଟଙ୍କାର ଛାଡ୍ ମିଳିବ।

Samsung Note 10+

ସାମ୍‌ସଙ୍ଗ୍‌ର ଏହି ଜବରଦସ୍ତ ଫୋନ୍‌ ଆପଣଙ୍କୁ ୫୯,୯୯୯ ଟଙ୍କାରେ ମିଳିବ। ଯାହାର ପ୍ରକୃତ ଦାମ ୮୫,୦୦୦ ଟଙ୍କା।

Realme 6

୧୭,୯୯୯ ଟଙ୍କାର ଏହି ଫୋନ୍‌ ଆପଣ ୧୧,୬୯୯ ଟଙ୍କାରେ କିଣି ପାରିବେ।

Samsung Galaxy F41

୧୯,୯୯୯ ଟଙ୍କାର ଫୋନ୍‌କୁ ଆପଣ ୧୪,୪୯୯ ଟଙ୍କାରେ କିଣି ପାରିବେ।

ଫ୍ଲିପ୍‌କାର୍ଟ ସେଲ୍‌ରେ ଅନେକ ବ୍ୟାଙ୍କ ଅଫର ଓ ନୋ କଷ୍ଟ୍ EMI ସୁବିଧା ପ୍ରଦାନ କରୁଛନ୍ତି। ତେଣୁ ଆପଣ ଏଥିରୁ ମଧ୍ୟ ଏହାର ଫାଇଦା ଉଠାଇ ପାରିବେ।

You might also like