ସ୍ୱଦେଶ ମାଟି ଛୁଇଁଲେ ପ୍ରବାସୀ ଭାରତୀୟ

ନୂଆଦିଲ୍ଲୀ: ସ୍ୱଦେଶ ଛୁଇଁଲେ ପ୍ରବାସୀ ଭାରତୀୟ। ଆଜି ବିଦେଶ ଫେରନ୍ତାଙ୍କୁ ନେଇ ଆସିଥିବା ଏୟାର ଇଣ୍ଡିଆର ପ୍ରଥମ ବିମାନ ଭାରତରେ ପହଞ୍ଚିଛି।  ୪ ଜଣ ଶିଶୁଙ୍କ ସମେତ ୧୭୭ ଯାତ୍ରୀଙ୍କୁ ଧରି ଏହି ବିମାନ କେରଳର କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରେ  ଗତକାଲି ରାତି ସାଢେ ଦଶଟାରେ ପହଞ୍ଚିଛି।

ଏୟାର୍ ଇଣ୍ଡିଆର ଏହି  ସ୍ୱତନ୍ତ୍ର ବିମାନ କୋଚି ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଜଣେ ଯାତ୍ରୀ ଅସୁସ୍ଥ ହୋଇଥିଲେ । ତାଙ୍କର କରୋନା ଲକ୍ଷଣ ଦେଖାଦେବାରୁ ତୁରନ୍ତ ଆମ୍ବୁଲାନ୍ସ ସହାୟତାରେ ମେଡିକାଲ ନିଆଯାଇଥିଲା ।

ସୂଚନାଥାଉ କି, କରୋନା ଯୋଗୁ ବିଦେଶରେ ଫସି ରହିଥିବା ପ୍ରବାସୀ ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ଆରମ୍ଭ ହୋଇଥିଲା ବନ୍ଦେ ଭାରତ ମିଶନ। ଏହି ମିଶନରେ ଏୟାର ଇଣ୍ଡିଆର ବିମାନ ଆବୁଧାବିରୁ ଭାରତୀୟଙ୍କୁ ଆଣିଛି । ଏୟାର ଇଣ୍ଡିଆର IX-452 ବିମାନ ୪ ଜଣ ଶିଶୁଙ୍କ ସମେତ ୧୮୧ ଜଣ ଭାରତୀୟଙ୍କୁ ଧରି ଆବୁଧାବି ଆସିଥିଲା।

ଏହାର ମାତ୍ର କେଇ ମିନିଟ୍‌ ବ୍ୟବଧାନରେ ଆଉ ଏକ ବିମାନ ୟୁଏଇରୁ ଆସି କେରଳର କୋଝିକୋଡ଼େରେ ପହଞ୍ଚିଛି । ଏହି ବିମାନରେ ୫ଜଣ ଶିଶୁଙ୍କ ସମେତ ୧୭୭ ଜଣ ଯାତ୍ରୀ ଭାରତ ଫେରିଛନ୍ତି ।

ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତ ପକ୍ଷରୁ ୬୪ ଫ୍ଲାଇଟ୍‌ ଏବଂ ୩ଟି ନାଭି ସିପ୍‌ ନିୟୋଜିତ କରାଯାଇଛି। ଏହି ଯୋଜନାରେ ସ୍ୱଦେଶ ଫେରିବାକୁ ଚାହୁଁଥିବା ୧୫ ହଜାର ଲୋକଙ୍କୁ ଅଣାଯିବ।

ବିଦେଶରୁ ଫେରୁଥିବା ସମସ୍ତଙ୍କୁ ହୋମ୍ କ୍ୱାରେଣ୍ଟିନରେ ରହିବା ବାଧ୍ୟତାମୂଳକ କରାଯାଇଛି। ତେବେ ଗର୍ଭବତୀ ଏବଂ ଶିଶୁମାନଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯିବ। ପ୍ରଥମ ୨ଟି ଫ୍ଲାଇଟ୍‌ରେ ପାଖାପାଖି ୬୦ ଗର୍ଭବତୀ ସ୍ୱଦେଶ ଫେରିବେ ବୋଲି ଜଣାଯାଇଛି ।

You might also like