ଝାରସୁଗୁଡ଼ା ଏୟାରପୋର୍ଟକୁ ଚାଲିବ କମର୍ସିଆଲ ବିମାନ

ନୂଆଦିଲ୍ଲୀ: ଉଡାନ-୩ ଯୋଜନାରେ ଝାରସୁଗୁଡ଼ା ଏୟାରପୋର୍ଟକୁ ଚାଲିବ କମର୍ସିଆଲ ବିମାନ। ଝାରସୁଗୁଡ଼ାକୁ ଦେଶର ୬ଟି ସହରରୁ ବିମାନ ଚଳାଚଳ କରିବ ବୋଲି ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭୁବନେଶ୍ୱର, କୋଲକାତା,ହାଇଦ୍ରାବାଦ, ମୁମ୍ବାଇ, ଦିଲ୍ଲୀ ଏବଂ ରାୟପୁରରୁ ଝାରସୁଗୁଡ଼ାକୁ ବିମାନ ଚାଲିବ ବୋଲି ଧର୍ମେନ୍ଦ୍ର କହିଛନ୍ତି। କୋଲକାତାକୁ ସ୍ପାଇସ୍‌ ଜେଟ୍, ଆଲିଆନ୍ସ ଏଭିଏସନ ବିମାନ ଚାଲିବାକୁ ଥିବାବେଳେ ଭୁବନେଶ୍ୱରକୁ ଆଲିଆନ୍ସ ଓ ଟର୍ବୋ ଏୟାରଲାଇନ୍ସର ବିମାନ ଚାଲିବ।

ସେହିଭଳି ଝାରସୁଗୁଡ଼ାରୁ ହାଇଦ୍ରାବାଦ ଓ ଦିଲ୍ଲୀକୁ ସ୍ପାଇସ ଜେଟ୍, ମୁମ୍ବାଇକୁ ଜେଟ୍ ଏୟାର୍‌ୱେଜ୍ ଓ ରାୟପୁରକୁ ଆଲିଆନ୍ସ, ଟର୍ବୋ ବିମାନ ଚାଲିବ ବୋଲି ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି।

You might also like