ବାଜପେୟୀଙ୍କ ପରଲୋକରେ ମରିସସ୍ରେ ରାଷ୍ଟ୍ରୀୟ ଶୋକ
ମରିସସ୍ ଜାତୀୟ ପତାକାକୁ ରଖାଯାଇଛି ଅର୍ଦ୍ଧନମିତ
ଭୁବନେଶ୍ୱର : ଅଟଳଙ୍କ ବିୟୋଗରେ କେବଳ ଭାରତ ନୁହଁ ଅନ୍ୟ ଦେଶରେ ବି ପାଳନ ହେଉଛି ଶୋକ । ମରିସସ୍ ସରକାର ଅଟଳଙ୍କ ବିୟୋଗକୁ ରାଷ୍ଟ୍ରୀୟ ଶୋକ ଭାବେ ପାଳନ କରୁଛନ୍ତି। ମରିସସ୍ର ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖାଯାଇଛି।
Joining us in our moment of grief! In an unprecedented gesture, the Government of #Mauritius has decided that both Indian and Mauritian flag will fly half-mast on government buildings today as a mark of respect following the sad demise of former PM Vajpayee. pic.twitter.com/qn8ZA38tT2
— Raveesh Kumar (@MEAIndia) 17 August 2018
ଘରୋଇ କାର୍ଯ୍ୟାଳୟରେ ବି ପତାକା ଅର୍ଦ୍ଧନମିତ କରିବାକୁ ନିବେଦନ କରିଛନ୍ତି ମରିସସ୍ ସରକାର। ଶୁକ୍ରବାର ସକାଳୁ ସଂଧ୍ୟା ଯାଏ ପତାକା ଅର୍ଦ୍ଧନମିତ ପାଇଁ ମରିସସ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ସେହିପରି ଭାରତରେ ଥିବା ବ୍ରିଟିଶ୍ ଦୂତାବାସରେ ୟୁନିଅନ୍ ଜାକ୍ଙ୍କୁ ଅର୍ଦ୍ଧନମିତ ରଖାଯାଇଛି।